ଆଜାଦିକା ଅମୃତ ମୋହତ୍ସବ ପାଳନ କରିଛନ୍ତି ଛାତ୍ର ଛାତ୍ରୀ
ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ଆଜି ଚିତ୍ରକୋଣ୍ଡା ଦୈନିକ ବଜାର ରାସ୍ତାରେ ହାତରେ ତ୍ରିରଙ୍ଗା ଧରି ଚିତ୍ରକୋଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସହର ପରିକ୍ରମା କରିବା ସହ ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏହି ପରିକ୍ରମାରେ ସାମିଲ ଥିଲେ । ଆସନ୍ତା ଅଗଷ୍ଟ ୧୫ରେ ଦେଶ ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି ଏହି ଦିବସକୁ ସମସ୍ତେ ଉତ୍ସାହର ସହ ପାଳନ କରୁଥିବା ଦେଖିବାକୁ ମିଳିଛି ।


