ଆଜାଦ କ୍ଲବ ପକ୍ଷରୁ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଆଜାଦ କ୍ଲବ ଆନୁକୂଲ୍ୟରେ ସରକାରୀ ହାଇସ୍କୁଲ ଖେଳପଡିଆରେ “ଅବୁ ୱାହିଦ ମେମୋରିଆଲ ଜାତୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ” ଉଦଯାପିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ଝାଡଖଣ୍ଡର ଧାନବାଦ ଏଫସିକୁ ୨-୦ଗୋଲରେ ପରାଜିତ କରି ଚମ୍ପିୟନ ହୋଇଥିଲା । ଏହି ଉପଲକ୍ଷେ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଯୋଗଦେଇ ଚମ୍ପିୟନ ଦଳ ଚାନ୍ଦ କ୍ଲବ କେନ୍ଦ୍ରାପଡାକୁ ଚମ୍ପିୟନ ଟ୍ରଫି ସହ ନଗଦ ୨୫ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ସଅପ ଦଳ ଝାଡଖଣ୍ଡର ଧାନବାଦ ଏଫସିକୁ ରନର୍ସଅପ ଟ୍ରଫି ସହିତ ନଗଦ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥିସହିତ ଚାନ୍ଦ କ୍ଲବର ମହମ୍ମଦ ଆଫ୍ରିଦିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଧାନବାଦ ଏଫସିର ଫିରୋଜଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ । କ୍ଲବର ଉପସଭାପତି ମହମ୍ମଦ ନିଆଜ, ସହସମ୍ପାଦକ ମୀର ବକାଉଲ୍ଲା, ସୟଦ ଅବଦୁଲ ସତ୍ତାର, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସମ୍ପାଦକ ସେଖ ଲିଆକତ ଅଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିଲେ । ମ୍ୟାଚ ପରିଚାଳନାରେ ଜାହିଦ ଖାଁ, ଅୟାଜ ଖାନ, ଅବଦୁଲ ମଜିଦ, ଆଝାରୁଦ୍ଦିନ ଖାନ, ସମସୁର ରହେମାନ, ତାଜଉଦ୍ଦିନ ଖାନ, ନୁର ଖାନ, ନଫିସ ଅହେମ୍ମଦ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ରବିନ୍ଦ୍ର ବେହେରା, ସେକ ସାହାବୁଲ୍ଲା, ସେକ ସଫାତୁଲ୍ଲା, ସେକ ସିରାନ ଅଲ୍ଲୀ, ଅକିଲ ଅହେମ୍ମଦ, ଅନିସୁର ରହେମାନ, ଟିକା ଖାନ, ସେକ ଅକ୍ତର, ମୀର ଅମୀର, ସେକ ନୋଲି, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର କୁବେର, ଜୁମା ଖାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଫୁଟବଲ ମ୍ୟାଚକୁ ରେଫରୀ ଭାବରେ ସେକ ମୋକିମ, ମହମ୍ମଦ ସକଲିମ, ଯୋଗି ପଲାଲା ଓ ଶିବ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ