ଆଜିଠାରୁ କାର୍ଯ୍ୟକ୍ଷମ ହେବ ହିଞ୍ଜିଳିକାଟୁ କୋଭିଡ଼ କେୟାର ସେଂଟର

କାର୍ଯ୍ୟକ୍ଷମ ପୂର୍ବରୁ ସ୍ଥିତି ପରଖିଲେ ଉପ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳରେ ଏହି ଭାଇରସ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପିଏସଓ ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି କିଛି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ମୋଟ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ପୌରାଂଚଳ ଉପଖଣ୍ଡ ଚିକିତ୍ସାଳୟ ପୁରୁଣା କୋଠାକୁ ୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଂଟର କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଶନିବାର ଠାରୁ ସ୍ଥାନୀୟ ଅଂଚଳରେ କାର୍ଯ୍ୟକ୍ଷମ ହେବାକୁ ଥିବା କୋଭିଡ଼ କେୟାର ସେଂଟରକୁ ଶୁକ୍ରବାର ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ବୁଲି ଦେଖିବା ସହ ସ୍ଥିତି ପରିଖିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସଂପୃକ୍ତ କୋଭିଡ଼ କେୟାର ସେଂଟରରେ ପଂହଚି ଷ୍ଟାପ କ୍ୱାଟର, ପାନୀୟଜଳ, ରୋଗୀଙ୍କ ସକାଶେ ଉଦ୍ଧିଷ୍ଟ ଶର୍ଯ୍ୟା, ଶୌଚାଳୟ, ଖାଦ୍ୟ ପ୍ରଦାନ କକ୍ଷ, ଚିକିତ୍ସକ, ଫାର୍ମାସିଷ୍ଟ, ଷ୍ଟାପନର୍ସ, ଏଟେଣ୍ଡାଂଟ ଆବାସ ସ୍ଥଳ ବୁଲି ଦେଖିବା ସହ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟିଙ୍କ ଗ୍ରସ୍ତ ସମୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ସିସିସି ନୋଡାଲ ଅଫିସର ଡ଼ାକ୍ତର ଶୟମ୍ଭୁ ରାୟ, ପୌର କନିଷ୍ଟ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ହିସାବ ରକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ