ଆଜିଠାରୁ ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ନେଟିସ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ସିଟିକ୍ଲବ ନୟାପଲ୍ଲୀ ଏବଂ ଭୁବନେଶ୍ୱର ଫୁଟବଲ ଟେନିସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ ଚମ୍ପିୟନସିପ ମମତାଜଅଲ୍ଲୀ ଉଚ୍ଚବିଦ୍ୟାଳୟ,ନୟାପଲ୍ଲୀ ଖେଳପଡ଼ିଆରେ ଆଜି ଅପରାହ୍ନ ୪.୨୦ ମିନିଟ୍ ସମୟରେ ଉଦ୍ଘାଟିତ ହେବାକୁ ଯାଉଅଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗ ଏବଂ ମହିଳା ବିଭାରେ ଖେଳାଳୀମାନେ ଭାଗ ନେବେ । ୬ ଏବଂ ୭ ତାରିଖ ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟରୁ ପୁରୁଷ ଓ ମହିଳା ବିଭାଗରୁ ୮ଗୋଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବ ଏବଂ ପୁରସ୍କାର ବିତରଣୀ ଉତ୍ସବରେ ବହୁ ବିଶିଷ୍ଟ କ୍ରୀଡ଼ିବିତ ଏବଂ ସିନେ ତାରକା ଯୋଗ ଦେବେ । ଉଦ୍ଯାପନୀ ଉତ୍ସବ ଆଗାମୀ ୭ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଖେଳ ଲିଗ୍ କମ୍ ନକଆଉଟ ଆଧାରରେ ଅନୁଷ୍ଠିତ ହେବ ।