ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ଅଫଲାଇନ୍ ପରୀକ୍ଷା ଖାତାଦେଖା, ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ
କଟକ, (ଦୀପକ କୁମାର ବେଉରା): ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫଲାଇନ ପରୀକ୍ଷା ଖାତାଦେଖା । ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖାଯାଉଛି । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଥିରେ ନିୟୋଜିତ ଅଛନ୍ତି ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ । ଗତକାଲି ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । କୋଭିଡ୍ ଗାଇଡଲାଇନ ଭିତରେ ମୂଲ୍ୟାୟନ ବ୍ୟବସ୍ଥା କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ୩ଦିନ ଭିତରେ ଖାତା ଦେଖା ସରିବ । ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖିଛି ବୋର୍ଡ । ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ମାଟ୍ରିକ ଅଫଲାଇନ ପରୀକ୍ଷା ଦେଇଛନ୍ତି ।