ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ……

ମେଷ – ସମାଜରେ ନିଜର ପରିଚୟ ବଢିବ, ପ୍ରିୟ ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର ଆନ୍ତରିକ ସହଯୋଗରେ ନିବିଡତା ବଢିବ ।

ବୃଷ – ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେ. ଭଲରେ ସମସ୍ତ କାର୍ଯ୍ୟ ସମାପନ ହେବ । ପାରିବାରିକ ଶାନ୍ତି ମିଳିବ ।

ମିଥୁନ – ଅଶୁଭ ଚନ୍ଦ୍ର ଚଳନ ହେତୁ ଅର୍ଥ ଓ ସୁଖ ନାଶ, କମକ୍ଷେତ୍ରରେ ଅସନ୍ତୋଷ, ପରିବାର ସଦସ୍ୟଙ୍କଠାରୁ ଅସହଯୋଗ ଓ ବ୍ୟବସାୟରେ କ୍ଷତି ସହିବେ, ଅସଫଳତା ହାସଲ କରିବେ ।

କର୍କଟ – ସ୍ଥାନ, ମାନ, ଧନ ମିଳିବ, ଅର୍ଥ ଚିନ୍ତା ଦୂରହେବ. ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ, ତଥାପି ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ ।

ସିହଂ- ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହି. ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ, ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଆଶାଜନକ ସଫଳତା ପାଇବେ ।

କନ୍ୟା – ସଫଳତାପୂର୍ଣ୍ଣ ଦିବସଟିଏ ଅତିବାହିତ କରିବେ, ମିଠା ବାକ୍ୟ ଦ୍ୱାରା ଶତ୍ରୁକୁ ବଶ କରିବେ, ପରିବାରରୁ ସାହାଯ୍ୟ ସହଯୋଗ ମିଳିବ, କର୍ମକ୍ଷେତ୍ରରେ ସାମାନ୍ୟ ଅସନ୍ତୋଷ ରହିପାରେ । ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ ।

ତୁଳା – ଅଶୁଭ ଚନ୍ଦ୍ର ଚଳନ ହେତୁ ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ, ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ ।

ବିଛା – ଶୁଭ ଚନ୍ଦ୍ରର ଶୁଭାର୍ଶୀବାଦରେ ଅଟକ ଥିବା କାମ ପୁରଣ ହେବ, ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ, ଅର୍ଥ ଚିନ୍ତା ଦୂର ହେବ, ସ୍ଥାନ, ମାନ, ଧନ ମିଳିବ, ଧର୍ମ କାର୍ଯ୍ୟରେ ମନ ବଳାଇବେ ।

ଧନୁ – ଅଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ଓøଷଧ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।

ମକର – ଶୁଭ ଚନ୍ଦ୍ର ଶୁଭାର୍ଶୀବାଦରେ ବ୍ୟବସାୟ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ, ପାରିବାରିକ ଶାନ୍ତି ମିଳି. ଗୃହକୁ ନୂତନ ଗୃହୋପେଯିଗି ଦ୍ରବ୍ୟ କ୍ରୟ କରିବେ ।

କୁମ୍ଭ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଦ୍ରବ୍ୟ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।

ମୀନ – ଶୁଭ ଚନ୍ଦ୍ର ପ୍ରଭାବ ହେତୁ କର୍ମକ୍ଷେତ୍ରରେ ପ୍ରତିପତି ବୃଦ୍ଧି ହେବ, ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ, ଶାରୀରିକ ସୁସ୍ଥତା ଅନୁଭବ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ