ଆଜି ଉତ୍କଳ ଦିବସ ତୂଳୀରେ ମୋ ଗର୍ବ, ମୋ ଓଡିଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚିତ୍ରକଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ରଙ୍ଗ ତୂଳୀରେ ନିଖୁଣ୍ ରୂପେ ‘ମୋ ଗର୍ବ, ମୋ ଓଡିଶା’ ଶୀର୍ଷକ କୁ ସେ ବର୍ଣ୍ଣନା କରିଛନ୍ତି । ଓଡିଶା ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି, ନୈପୁଣ୍ୟ ଏବଂ ବୀରତ୍ୱର ଗାଥାକୁ ଚିତ୍ରରେ ବଖାଣିଛନ୍ତି ଏହି କୁନି ଚିତ୍ରଶିଳ୍ପୀ । ଚିତ୍ରରେ ଓଡିଶାର ଆରାଧ୍ୟ ଠାକୁର ତଥା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ବିଖ୍ୟାତ କୋଣାର୍କ ମନ୍ଦିରର ଚକ, ଓଡିଶୀ ନୃତ୍ୟ, ନନ୍ଦିଘୋଷ ରଥ, ସାଧବ ପୁଅର ନୌବାଣିଜ୍ୟ, ଓଡିଆ ଘରର ଝୋଟି ଇତ୍ୟାଦିକୁ ଅତି ସୁନ୍ଦର ଭାବେ ଚିତ୍ରରେ ସେ ଦର୍ଶାଇଛନ୍ତି ।