ଆଜି ଏମ୍ସରେ କୌଣସି କରୋନା ଆକ୍ରାନ୍ତ ଚିହ୍ନିତ ହୋଇ ନାହାନ୍ତି

ଭୁବନେଶ୍ବର : ଆଜି ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୩୮ ଯାକ ନମୁନାରେ କରୋନା ଭୂତାଣୁ ମିଳିନାହିଁ ବୋଲି ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଜାତୀୟ ଆଞ୍ଚଳିକ ଲାବୋରେଟୋରି ଏବଂ କଟକ ବଡ ମେଡିକାଲର ପରୀକ୍ଷା ରିପୋର୍ଟ ଏଯାଏ ସୂଚିତ ହୋଇନାହିଁ। ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୩୯୫ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୦ ଜଣଙ୍କ ନମୁନା କରୋନା ପୋଜିଟିଭ ବୋଲି ଜଣା ପଡିଛି। ଇତିମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବାରୁ ଏବେ ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୯୧ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଅଲଗା କରି ପର୍ଯ୍ୟବେକ୍ଷଣରେ ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ