ଆଜି ଗୁରୁ ଦିବସ : ନିଆରା ଢଙ୍ଗ ରେ ଶିକ୍ଷାଦାନ କରୁଛନ୍ତି ନିର୍ମଳ ସାର

ନିମାପଡା, (ସନ୍ତୋଷ ଦାଶ):ଆଜି ସେପ୍ଟେମ୍ବର ମାସ ୫ତାରିଖ l ଦେଶ ର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କ ପବିତ୍ର ଜନ୍ମ ତିଥି l ସାରା ଦେଶ ତାଙ୍କୁ ସଂମ୍ମାନ ଜଣାଇବାକୁ ଏହି ଦିନ ଟିକୁ ଗୁରୁଦିବସ ଭାବେ ପାଳନ କରି ଆସୁଛି l ଶାସ୍ତ୍ର ରେ ଅଛି, ଗୁରୁ ଙ୍କୁ ନ ମଣିବ ନର l ସେ ତ ସାକ୍ଷାତ ଇଶ୍ୱର ll ଗୁରୁ ଙ୍କୁ ଭଗବାନ ଙ୍କ ଆସନ ଦିଆଯାଇଛି ଆମ ଓଡ଼ିଆ ସଂସ୍କୃତି ରେ l ସେଥିପାଇଁ କବି ଲେଖିଛନ୍ତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର… l ଗୁରୁ ଙ୍କଠାରୁ ସତଶିକ୍ଷା ପାଇଲେ ଜଣେ ଭଲ ମଣିଷ ହୋଇପାରିବ l ସେ ସମୟ ଏବେ ନାହିଁ l ଗୁରୁ ଆଉ ଗୁରୁ ହୋଇ ରହିନାହାନ୍ତି ଶିକ୍ଷକ ହୋଇଯାଇଛନ୍ତି l ସେଥିପାଇଁ ଆଜି ର ସମାଜ ରେ ସମସ୍ତେ ଶିକ୍ଷିତ ହେଉଛନ୍ତି ସତ କିନ୍ତୁ ଭଲ ମଣିଷ ହୋଇ ପାରୁନାହାନ୍ତି l ତେବେ ନିମାପଡା ଏନ ଏ ସି ସ୍ଥିତ ପ୍ରାକ୍ଟିସିଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ନିର୍ମଳ କୁମାର ମିଶ୍ର ଙ୍କ ନିଆରା ଢଙ୍ଗ ର ଶିକ୍ଷାଦାନ ଏବେ ସମଗ୍ର ପୁରୀ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି l ସ୍ଥାନୀୟ ଅଣ୍ଢିଆ ଶାସନ ଗ୍ରାମ ର ଲିଙ୍ଗରାଜ ମିଶ୍ର ଙ୍କ ପୁଅ ନିର୍ମଳ ଦୀର୍ଘ ୨୬ବର୍ଷ ହେବ ଶିକ୍ଷକତା କରିଆସୁଛନ୍ତି l କୋଭିଡ କଟକଣା ସମୟ ରେ ସବୁ ବିଦ୍ୟାଳୟ ବନ୍ଦ ରହିଥିଲା। ଦୀର୍ଘ ୨ବର୍ଷ ସମୟ ଛାତ୍ର ଛାତ୍ରୀ ମାନେ ପାଠପଢିବାକୁ ବିଦ୍ୟାଳୟ କୁ ଯାଇପାରି ନଥିଲେ l ମୋବlଇଲ ରେ ନେଟୱlର୍କ ନଥିବାବେଳେ ସବୁ ପରିବାର ପିଲା ଙ୍କ ପାଇଁ ମୋବlଇଲ କିଣିପାରି ନଥିଲେ l ଏଣୁ ସରକାର ଙ୍କ ଦ୍ୱାରା କରାଯାଇଥିବା ଅନଲାଇନ ପାଠ ପଢା ରେ ସବୁ ଛାତ୍ର ଛାତ୍ରୀ ଉପକୃତ ହୋଇପାରି ନଥିଲେ l ଏହି ସମୟ ରେ ନିର୍ମଳ ସାର ଘର ଘର ବୁଲି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଥିଲା l ଏଥିସହ ଛାତ୍ର ଛାତ୍ରୀ ଙ୍କୁ ଖାତା,ବହି କଲମ, ପେନସିଲ, ରବର ପ୍ରଭୃତି ପାଠ୍ୟ ଉପକରଣ ମଧ୍ୟ ପ୍ରଦାନ କରିଥିଲେ l ସେ ସମୟ ରେ ଘରେ ଘରେ ଛାତ୍ର ଛାତ୍ରୀ ମାନେ ପଢ଼ିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ବ୍ୟକ୍ତ କରିବାସହିତ ନିର୍ମଳ ସାର ଙ୍କୁ ଅବିଭାବକ ମାନେ ଧନ୍ୟବାଦ ଜଣାଇଥିଲେ l କେବଳ ବିଦ୍ୟାଳୟ ରେ ପାଠ ପଢ଼ାଇଲେ ଯେ ଜଣେ ଶିକ୍ଷକ ହୋଇପାରିବ ତା ନୁହେଁ ସମୟ ର ତାଳଦେଇ କାଳ ସ୍ଥାନ ପାତ୍ର ଦେଖି ପାଠ ପଢ଼ାଇବା ସମସ୍ତ ଶିକ୍ଷକ ଙ୍କ କାର୍ଯ୍ୟ ହେବା ଉଚିତ ବୋଲି ନିର୍ମଳ ମିଶ୍ର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି l ଆଜିର ଗୁରୁଦିବସ ରେ ଏପରି ନିଆରା ଢଙ୍ଗ ରେ ପାଠ ପଢ଼ାଇଥିବା ଗୁରୁ ନିର୍ମଳ ଙ୍କୁ ସେ ସମୟ ରେ ଧନ୍ୟବାଦ, କୃତଜ୍ଞତା ଜଣାଇଥିଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ l ନିର୍ମଳ ସାର ଙ୍କ ଘର ଘର ବୁଲି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା, ଶିକ୍ଷାଉପକରଣ ପ୍ରଦାନ କରିବା ଘଟଣା ସମଗ୍ର ପୁରୀ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା lଏବେ ସମୟ ବଦଳିଛି, ବିଦ୍ୟାଳୟ ରେ ପାଠପଢା ଚାଲିଛି। ନିର୍ମଳ ସାର ଛାତ୍ର ଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ତେବେ ତାଙ୍କ ପାଠ ପଢ଼ାଇବା ଶୈଳୀ ନିଆରା। ଛୋଟ ଛୋଟ ପିଲା କିପରି ପାଠ ପଢ଼ି ପାରିବେ, ପାଠ ପ୍ରତି ଆଗ୍ରହ ପ୍ରକାଶ କରିବେ, ପାଠ ବୁଝି ପାରିବେ ସେ ଦିଗରେ ଦୃଷ୍ଟି ଦେଉଛନ୍ତି।ବିଭିନ୍ନ ଗଳ୍ପ,କବିତା, ମଜାଦାର କାହାଣୀ ମାଧ୍ୟମରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଯଦି କୌଣସି ଦିନ କେଉଁ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଆସୁନାହାନ୍ତି ନିର୍ମଳ ସାର ପହଞ୍ଚି ଯାଉଛନ୍ତି ତାଙ୍କ ଘରେ। କାହିଁକି ବିଦ୍ୟାଳୟ ଯାଇନାହିଁ ପଚାରି ବୁଝୁଚନ୍ତି । ତାଙ୍କ ଘରେ ଶିକ୍ଷା ପ୍ରଦାନ କରୁଛନ୍ତି। ଯେପରି ଆଜିକାଲି ଚାଲିଥିବା ପ୍ରତିଯୋଗୀତା ପାଠ ପଢା ରେ କେହି ପଛେଇ ନଯାଉ ତାଙ୍କ ର ଏହି ଲକ୍ଷ୍ୟ। ଶିକ୍ଷକ ନିର୍ମଳ ମିଶ୍ର ଶିକ୍ଷାଦାନ ସହିତ ସମାଜସେବା ରେ ନିଜକୁ ନିୟୋଜିତ ରଖିଛନ୍ତି। ତାଙ୍କ ର ଏହି କୃତିତ୍ବ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ, ସମ୍ବର୍ଦ୍ଧିତ କରାଯାଇଛି। ଜଣେ ଉତ୍ତମ, କୃତୀ ଶିକ୍ଷକ ଭାବେ ନିର୍ମଳ ମିଶ୍ର ସମଗ୍ର ନିମାପଡ଼ା ଅଞ୍ଚଳ ରେ ଲୋକପ୍ରିୟ ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ