ଆଜି ଡକ୍ଟରସ୍ ଡେ’ ସୁପର ହିରୋଙ୍କୁ ହୃଦୟରୁ ଅଭିନନ୍ଦନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାଆ ଆମକୁ ଜନ୍ମ ଦେଇଥାଏ । ତୁମେ ଆମକୁ ଦେଇଥାଅ ପୁର୍ନଜନ୍ମ । ତୁମେ ହିଁ ହେଉଛ ବିଶ୍ୱର ସୁପର ହିରୋ । ତୁମେ ହେଉଛ ଦ୍ୱିତୀୟ ଭଗବାନ । କଁଅଳ ବୟସରେ ନିଜ ମନର କଥାକୁ ଜାତୀୟ ଚିକିତ୍ସକ ଦିବସ (ଡକ୍ଟରସ୍ ଡେ’) ଅବସରରେ ରଙ୍ଗ, ତୂଳୀରେ ବଖାଣିଛନ୍ତି କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଡାକ୍ତରଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଏକ ସୁନ୍ଦର ନିଆରା ବାର୍ତ୍ତା । ବାର୍ତ୍ତାଟିରେ ଇଂରାଜୀ ଭାଷାରେ ରହିଛି ଏକ ମନଛୁଆଁ ସ୍ଲୋଗାନ୍ । “ଗଡ ଗିଭିସ୍ ଲାଇଫ୍‌, ଡକ୍ଟର ସେଭ୍‌ସ ଲାଇଫ୍‌” । ଏହି ପରିପ୍ରେକ୍ଷୀରେ ସେ ଏକ ସୁନ୍ଦର ଓ ଆକର୍ଷଣୀୟ ହୃଦୟର ଚିତ୍ର ଆଙ୍କି ନିଜ ମନର କଥାକୁ ଉପସ୍ଥାପନ କରି ଡାକ୍ତରମାନଙ୍କୁ ଜଣାଇଛନ୍ତି ହୃଦୟରୁ ଅଭିନନ୍ଦନ । ପ୍ରତିବର୍ଷ ଜୁଲାଇ ୧ ତାରିଖଟିକୁ ଭାରତରେ ଜାତୀୟ ଚିକିତ୍ସକ ଦିବସ ରୂପେ ପାଳନ କରାଯାଇଥାଏ । ଡାକ୍ତରମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ସଙ୍ଗେ ସଙ୍ଗେ ଦିନରାତି ଉତ୍ସର୍ଗୀକୃତ ଓ ସେବା କାର୍ଯ୍ୟ ପାଇଁ ଜନସାଧାରଣ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ହିଁ ଦିବସର ମୂଳ ଲକ୍ଷ୍ୟ । ଡାକ୍ତରମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ ରୋଗୀ ସେବା କରିଥାନ୍ତି । ଡାକ୍ତରଙ୍କ ବହୁମୂଲ୍ୟ ଅବଦାନ ପାଇଁ ଆମ୍ଭେମାନେ ସଦାସର୍ବଦା ସେମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରିବା ଉଚିତ୍ ବୋଲି ଶାନ୍ତନୁ କହିଛନ୍ତି । କମ୍ ବୟସରେ ଶାନ୍ତନୁଙ୍କ ଏଭଳି ଚିନ୍ତାଧାରା ଓ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତୁର୍ଥ ଶ୍ରେଣୀରେ ବିଦ୍ୟା ଅଧ୍ୟୟନ କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ