ଆଜି ଦିନ ସାରା ପ୍ରବଳ ବର୍ଷିବ : ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ସବୁ ବନ୍ଦରକୁ ୩ ନମ୍ବର ବିପଦ ସଙ୍କତ ଜାରି
ଭୁବନେଶ୍ୱର, (ୱାଇଏ୍ଏସ୍): ପୂର୍ବ କେନ୍ଦ୍ରୀୟ ଏବଂ ଉତର-ପୂର୍ବ ବଙ୍ଗୋପସାଗରରେ ଶନିବାର ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇ ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମୀ ୧୨ ଘଂଟା ମଧ୍ୟରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତର ପଶ୍ଚିମ ଦିଗରେ ଗତି କରି ଉତରଓଡିଶା ଓ ଉତର ଛତିଶଗଡ ଅଂଚଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡିଶ।।ର ଜିଲ୍ଲାଗୁଡିକରେ ବର୍ଷା ବିତ୍ପାତ ଜାରି ରହିଛି । ଆସନ୍ତାକାଲି ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କତ ଜାରି କରାଯାଇଛି । ଯେହେତୁ ଅବପାତର ସମ୍ଭାବନା ରହିଛି, ଓଡ଼ିଶାର ଉପକୂଳବର୍ତୀ ଅଂଚଳରେ ପବନର ବେଗ ଘଂଟା ପ୍ରତି ୫୫ ଓ ଝଟ୍କା ପବନ ୬୫ କିମି ରହିବ । ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ତଥା ୨୦ ସେମି ରୁ ଅଧିକ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସମୟ ମଧ୍ୟରେ ଗଂଜାମ, କନ୍ଧମାଳ , ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ରେ ପ୍ରବଳ ବର୍ଷା ପାଇଁ ଅରେଂଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର , ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଅପରପକ୍ଷରେ ବର୍ଷା ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବା ସହିତ ତଳିଆ ଅଂଚଳରୁ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି । ଏହାସହ ପାହାଡିଆ ଅଂଚଳରେ ଭୂସ୍ଖଳନ ଭଳି ସ୍ଥିତି ମଧ୍ୟ ଉପୁଜିପାରେ । ଏଥିପ୍ରତି ନଜର ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।
ଜିଲ୍ଲାରେ ୨୪ ଘଂଟିଆ କେଂଟ୍ରାଲ ରୁମ ଖୋଲିବା ସହିତ ବିଡିଓ, ତହସିଲଦାର ଏବଂ ଗ୍ରାମ ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଅଯାଇଛି । ଏଥିସସହିତ ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ମରାମତି ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି ।