ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ
ଖଲ୍ଲିକୋଟ,(ବାପୁନି କୁମାର ମାଲୁ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ଠାରେ ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ସମ୍ପାଦକ ରୋହିତ ସ୍ୱାଇଁଙ୍କ ତତ୍ୱାବଧାନରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟା ତେଜସ୍ୱିନୀ ବୈଦ୍ୟ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ କେ. ପି. କଲେଜ ଅଧକ୍ଷ ଡ. ନମିତା ଦାସ ଯୋଗଦେଇଥିଲେ, ସଭାପତି କାଳୁରାମ ମହାରଣା ସଭା ସମ୍ପାଦନ କରିଥିଲେ। ସନମାନିତ ଅତିଥି ଭାବେ କେଶପୁର ଡିଗ୍ରୀ କଲେଜର ଅଧ୍ୟାପକ ବିଷ୍ଣୁପ୍ରସାଦ ଦାସ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଯୋଗଦେଇଥିଲେ।ଅତିଥି ଭାବେ ଭାଗିରଥି ସ୍ୱାଇଁ ଓ ଅଶୋକ ତ୍ରିପାଠୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ କର୍ମଚାରୀ ଓ ସମସ୍ତ ଶିକ୍ଷୟତ୍ରୀ ଯୋଗଦେଇଥିଲେ ଏବଂ ସ୍କୁଲର ସମସ୍ତ ଛାତ୍ର ଛାତ୍ର, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।


