ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

(ଯୁଗାବ୍ଦ ନ୍ୟୁଜ) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ।ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଆଦି ଦେଇ ‘ଆ କା ମା ବୈ. ପାନ ଗୁଆ ଥୋଇ. ପାନ ଗୁଆ ତୋର.. ମାସକ ଧର୍ମ ମୋର.’ ଏହି ଗୀତ ଗାନ କରି ଶ୍ରଦ୍ଧାଳୁମାନେ ନଦୀରେ ଡଙ୍ଗା ଭସାଇଥାନ୍ତି । ଉତ୍କଳୀୟ ସଂସ୍କୁତିର ନୌ ବାଣିଜ୍ୟ ପରମ୍ପରାର ପ୍ରତୀକ ସ୍ୱରୂପ ଆଜି ଅନେକ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଲୋକବାଣୀ ଅନୁଯାୟୀ ଆଜିର ଦିନରୁ ଜାଭା ସୁମାତ୍ରା ଆଦି ଦ୍ୱୀପରୁ ବାଣିଜ୍ୟ କରି ଫେରନ୍ତି ସାଧବ ପୁଅ । ଏହି ଦିନରେ ପ୍ରତ୍ୟୁଷରେ ସ୍ନାନ କରି ଦେବଦର୍ଶନ କଲେ ସମସ୍ତ ପାପ ନାଶ ହେଉଥିବା ବିଶ୍ୱାସ ରହିଛି । ଆହୁରି ମଧ୍ୟ ଆଜିର ଦିନଠାରୁ ଆରମ୍ଭ ହୋଇଥାଏ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ୧୫୦୯ କାର୍ତ୍ତିକ ପୂର୍ଣ୍ଣିମାରେ ବୈଷ୍ଣବ ଧର୍ମ ପ୍ରବର୍ତ୍ତକ ଶ୍ରୀଚୈତନ୍ୟ ଗଡଗଡିଆ ଘାଟରୁ ବାଲିରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯାତ୍ରାରମ୍ଭ କରିଥିବା ନେଇ ଲୋକଶୃତି ରହିଛି । ଏକ ଧର୍ମୀୟ ପରମ୍ପରାନୁଯାୟୀ ଏଥିପାଇଁ ମଧ୍ୟ ବାଲିଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ