ସୁରଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଛଅ ଜଣଙ୍କ ଜୀବନ ବଂଚାଇ ଅମର ହୋଇଗଲେ ସୁରଜ । ବୟସ ମାତ୍ର ୨୨ ବର୍ଷ । ହଠାତ୍ ସୁରଟରେ ରାସ୍ତା ପାର ହେଉଥିବା ବେଳେ ଏକ ସରକାରୀ ବସ୍ ପଛପଟୁ ଧକ୍କା ଦେଇଥିଲା ।ବସ ଧକ୍କାରେ ସୁରଜଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ଗୁୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାରର ସର୍ବସମ୍ମତି କ୍ରମେ ଅଙ୍ଗ ହୃତପିଣ୍ଡ, କିଡ଼ନୀ, ଲିଭର ଓ ଚକ୍ଷୁ କୁ ଡାକ୍ତର ମାନେ ବାହାର କରି ମୁମ୍ବାଇ ନେଇ ୬ଜଣଙ୍କ ଶରୀର ରେ ପ୍ରତିରୋପଣ କରି ୬ ଜଣଙ୍କ ଜୀବନ ବଂଞ୍ଚାଇଥିଲେ । ସୁରଜ ସିନା ଦୁନିଆରୁ ସବୁଦିନ ପାଇଁ ଚାଲିଗଲେ କିନ୍ତୁ ୬ ଜଣଙ୍କୁ ଜୀବନ ଦେବା ସହ ଓଡିଶା ପାଇଁ ଏକ ଉଦାହରଣ ପାଲଟିଗଲେ । ସୁରଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ