ଆଜି ବି ନୀରଜା ଙ୍କ ସାହାସୀକତା ପାଇଁ ମନେ ପାକଉଛି ସାରା ଦେଶ
(ଯୁଗାବ୍ଦ ନ୍ୟୁଜ )ଛାଡି ସାରିଥିଲା ବିମାନ ସମସ୍ତେ ହସ ଖୁସି ରେ ଯାତ୍ରା କରୁଥିଲେ ପ୍ୟାନ୍ ଏମ୍ ଫ୍ଲାଇଟ୍-୭୩ । ବିମାନ ଟି ମୁମ୍ବାଇ ରୁ ଆମେରିକା ଯାଉଥିଲା । ଯାତ୍ରା କରିବାର କିଛି ସମୟ ପରେ ହାଇଜ୍ୟାକ ହୋଇଥିଲା ଏହି ବିମାନ । ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଡ୍ରେସ୍ରେ ବିମାନକୁ ପ୍ରବେଶ କରି ଫାୟାରିଂ କରି ବିମାନକୁ ନିଜ କବ୍ଜାକୁ ନେଇଯାଇଥିଲେ। ସେତେବେଳେ ବିମାନରେ ୩୭୯ ଜଣ ଯାତ୍ରୀ ଥିଲେ। ନୀରଜା ଭନୋଟ ନାମକ ଜଣେ ଏୟାର ହୋଷ୍ଟେସ୍ଙ୍କ ପାଖରେ ପ୍ଲେନ୍ରେ ଥିବା ସମସ୍ତ ଯାତ୍ରୀ ନିଜର ପାସପୋର୍ଟ ଜମା କରିବା ପାଇଁ ଆତଙ୍କବାଦୀ କହିଥିଲେ। ଏଭଳି ଏକ ଭୟଙ୍କର ପରିସ୍ଥିତିରେ ଅଦମ୍ୟ ସାହାସ ଦେଖାଇଥିଲେ ଏୟାର ହୋଷ୍ଟେସ୍ ନୀରଜା। ଆତଙ୍କବାଦୀଙ୍କୁ ଭୟ ନକରି କରି ଯାତ୍ରୀମାନଙ୍କୁ ଏମରଜେନ୍ସି ଝରକା ଦେଇ ବାହାରକୁ ପଠାଇ ଦେଇଥିଲେ ନୀରଜା। ଏହାପରେ ଆତଙ୍କବାଦୀ ଯାତ୍ରୀମାନଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଦେଲେ। ଏଥିରେ ନୀରଜାଙ୍କ ସହ ୨୦ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହାପରେ ଆତଙ୍କବାଦୀ ଫେରାର ହୋଇଗଲେ।ଆଜି ର ଦିନଟି ସାରା ଭାରତ ଇତିହାସ ରେ ଏକ ସ୍ମରଣୀୟ ଦିନ ।ନୀରଜାଙ୍କୁ ସେନାର ସର୍ବୋଚ୍ଚ ଆଓ୍ୱାର୍ଡ ମରୋଣତ୍ତର ‘ଅଶୋକ ଚକ୍ର’ ସମ୍ମାନରେ ସମ୍ମାନିତ କରାଗଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାକିସ୍ତାନ ମଧ୍ୟ ‘ତମଗା ଏ ଇନସାନିୟତ’ ସମ୍ମାନରେ ନୀରଜାଙ୍କୁ ସମ୍ମାନିତ କରିଥିଲା।