ଗଳଧାରୀ ଗ୍ରାମରୁ ହରିଣ ଉଦ୍ଧାର
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଳଧାରୀ ପଂଚାୟତର ଗଳଧାରୀ ଗ୍ରାମରୁ ଏକ ହରିଣ ଉଦ୍ଧାର କରାଯାଇଛି। ପରେ ବନ ବିଭାଗ ଖବର ପାଇଁ ହରିଣକୁ ଉଦ୍ଧାର କରି ନେଇଥିବା ଜଣାଯାଇଛି। ସୂଚନା ଅନୁସାରେ ବୁଧବାର ସକାଳ ସମୟରେ ଏକ ହରିଣ ଏହି ଗାଁରେ ଚରୁଥିବା ବେଳେ ବୁଲା କୁକୁର ଆକ୍ରମଣ କରିବାକୁ ଗୋଡାଇଥିଲେ। ହରିଣଟି ଭୟଭୀତ ହୋଇ ଉକ୍ତ ଗ୍ରାମର ପିଂଟୁ ରାଉତ ଓ ଟିଟୁ ରାଉତଙ୍କ ଘର ଅଗଣାରେ ପଶିଯାଇଥିଲା। ତାଙ୍କ ପରିବାର ଲୋକ ହରିଣକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଖବର ପାଇ ସେଠାରୁ ହରିଣକୁ ଉଦ୍ଧାର କରି ନେଇଥିବା ଜଣାଯାଇଛି।