ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :-ଆଜିର ପାରିବାରିକ ଜୀବନ ସୁଖ ପ୍ରଦ ହେବ।ଅଟକି ରହିଥିବା କାମ ଗୁଡିକ କରିବାକୁ ଅଗ୍ରସର ହେବେ । ଛାତ୍ର ଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି , ଦୂରଯାତ୍ରା ଶୁଭ ପ୍ରଦ ହେବ।ପ୍ରତିକାର ସାତୋଟି ଲବଙ୍ଗ ପାଖରେ ରଖନ୍ତୁ।
ବୃଷ :-ଆଜି ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ। ପରିବାର ପାଇଁ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ବ୍ୟବସାୟ ପରିବହନ ପାଇଁ ଦିନଟି ଶୁଭ ପ୍ରଦ ହେବ।
ପ୍ରତିକାର ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ।
ମିଥୁନ :-ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ମାଲି ମକଦ୍ଦମାରେ ବିଜୟୀ ହେବେ। ଉଚ୍ଚ କତୃପକ୍ଷଙ୍କ ଦ୍ଵାରା ପୁରସ୍କୃତ ହୋଇପାରନ୍ତି । ମନ ପ୍ରଫୁଲ୍ଲିତ ରହିବ, ସୁସ୍ବାଦୁ ଭୋଜନ ମିଳିବ। ପ୍ରତିକାର ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।
କର୍କଟ :-ଆଜି ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ବହୁ ଦିନର ଆଶା ଓ ଅଭିଳାଷ ପୂରଣ ହେବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ।ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ। ପ୍ରତିକାର କିଛି ଖାଦ୍ୟ କୁକୁରକୁ ଖାଇବାକୁ ଦିଅନ୍ତୁ।
ସିଂହ :-ଆଜି ଦିନଟି ଆପଣଙ୍କ ଲାଗି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବିଭିନ୍ନ ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।ପ୍ରତିକାର ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।
କନ୍ୟା :-ଆଜି କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ। ପରିବାରରେ ଭୁଲ୍ ବୁଝାମଣା ଅଶାନ୍ତି ଦେଖାଦେଇପାରେ।ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ନେଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।ପ୍ରତିକାର ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ।
ତୁଳା :-ଆଜି ହସଖୁସିରେ ଦିନଟିକୁ କାଟିବେ। ଅପରାହ୍ନରେ ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ ସତର୍କ ରୁହନ୍ତୁ।ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ। ପ୍ରତିକାର କୈ।ଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ବିଛା :-ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ।ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ, ଶତୃମାନେ ପରାଜିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ ବିଜୟୀ ହେବେ। ପ୍ରତିକାର ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ
ଧନୁ :-ଆଜି ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ।ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।ପ୍ରତିକାର ଓମ ନମଃ ଭଗବତେ ଶ୍ରୀ ସୂର୍ଯ୍ୟ ନାରାୟଣାୟ ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ।
ମକର :-ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଯାହା ପାଇବା କଥା ତାହା ଠିକ୍ ସମୟରେ ନପାଇବା ଫଳରେ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ ନାହିଁ । ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ। ପ୍ରତିକାର ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
କୁମ୍ଭ :-ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।ପ୍ରତିକାର ଅଶ୍ୱତ୍ଥ ବୃକ୍ଷ ମୂଳରେ ରାଶି ତେଲର ଦୀପ ଟିଏ ପ୍ରଦାନ କରନ୍ତୁ।
ମୀନ :-ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।
ପ୍ରତିକାର ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।