ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର, (ୱାଇଏନ୍ଏସ୍) : ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ପ୍ରାୟ ୧୨ଟି ପ୍ରସ୍ତାବ ଆସିବାକୁ ରହିଥିବାବେଳେ ସେଥିରେ କ୍ରୀଡା ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଛି। ସୋମବାର ଲୋକସେବା ଭବନରେ ଆଭାସି ସମ୍ମିଳନୀ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟରେ ଦୀର୍ଘ ୪ ଦଶନ୍ଧି ପରେ ଅଲିମ୍ପିକରେ ଭାରତକୁ କାଂସ୍ୟ ପଦକ ମିଳିବା ଏବଂ ହକିର ପ୍ରାୟୋଜକ ଓଡ଼ିଶାକୁ ଏଥିପାଇଁ ପ୍ରଶଂସାର ସୁଅ ଛୁଟୁଥିବାରୁ ଏହାକୁ ନେଇ ଜିଲାସ୍ତରରେ ସ୍ବତନ୍ତ୍ର ଖେଳ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ। ବିଶ୍ବସ୍ତରରେ ହକିର ଚମକ ପ୍ରଦର୍ଶିତ ହୋଇଥିବାରୁ ଓଡ଼ିଶାରେ ଏହି କ୍ରୀଡାକୁ କିଭଳି ଅଧିକ ପ୍ରୋତ୍ସାହିତ କରିହେବ ତାକୁ ନେଇ କ୍ରୀଡା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରସ୍ତାବ ଆସିବାକୁ ରହିଛି।