ଆଜି ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା
କେନ୍ଦ୍ରାପଡା – କେନ୍ଦ୍ରାପଡା ଇଭେଂଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆୟୋଜିତ ଉନବିଂଶ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା ସହରର ମହିପାଳସ୍ଥିତ ଟେଲିକମ ପଡିଆରେ ସୋମବାର ସନ୍ଧ୍ୟା ରେ ଉଦଘାଟିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସମର୍ଥ ବର୍ମା,ମୁଖ୍ୟବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡଃ.ଜୟନ୍ତୀ ରଥ,ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ କବି ପ୍ରଭାସିନୀ ମହାକୁଡ,ବରିଷ୍ଠ ସାହିତ୍ୟିକ ଦୀପକ ସାମନ୍ତରାୟ ଓ ବରିଷ୍ଠ କବି ନିରାକାର ଦାସ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କେମର ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା” ର ମଠ ସଂସ୍କୃତି ବିଶେଷାଙ୍କ ଓ ଅନ୍ୟାନ୍ୟ ପୁସ୍ତକ ଲୋକାର୍ପଣ ହେବା ସହିତ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହେବ ବୋଲି କେମର ଉପଦେଷ୍ଟା ଡଃ.ବିରଜା ପ୍ରସାଦ ରାଉତରାୟ ସୂଚନା ଦେଇଛନ୍ତି ।