ଆଜି ଶୁକ୍ରବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଗୃହୋପକରଣ କ୍ରୟ କରିବେ ।ପ୍ରତିକାର ସାତଟି ଲାଲ୍ ମନ୍ଦାର ଫୁଲ ମା ପାର୍ବତୀଙ୍କୁ ଚଢାନ୍ତୁ ।

ବୃଷ :-ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବ। ଯାହାଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ମନଯୋଗ ଦେବେ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ ।ପ୍ରତିକାର ପଞ୍ଚାମୃତ ପାନକରି ଘରୁ ବାହାରନ୍ତୁ ।

ମିଥୁନ :-ସ୍ୱାସ୍ଥ୍ୟ ଠିକ୍ ରହିବ । ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ସଫଳତା ମିଳିବ ଆଶାନୁରୂପ ଲାଭ ମିଳିବ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର ଗଣେଶଙ୍କୁ କର୍ପୂର ଆଳତୀ କରି ପ୍ରଣାମ କରନ୍ତୁ ।

କର୍କଟ :-ସହକର୍ମୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସ ଭାଜନ ହେବେ। ପିତା ମାତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ଧନହାନୀ ହେବାର ସମ୍ଭାବନା ଅଛି ।ପ୍ରତିକାର ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ ।

ସିଂହ :-ଆଜି ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ କୌଶଳକ୍ରମେ ତାହାକୁସମାଧାନ କରିବେ । କ୍ରୀଡା, ପ୍ରତିଦ୍ଵନ୍ଦିତା ଓ ପ୍ରତିଯୋଗୀତାରେ ବିଜୟୀ ହେବେ। ବ୍ୟବସାୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ମିଳିବ । ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା :-ଆଜି ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଆମୋଦ-ପ୍ରମୋଦରେ ଦିନ କାଟିବେ। କ୍ରୀଡା, ନୃତ୍ୟ ସଂଗୀତ, କଳା କ୍ଷେତ୍ରରେ ଥିଲେ ସୁନାମ ଅର୍ଜନ କରିବେ।ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖମୟ ହେବ। ପ୍ରତିକାର ମିଠାଦହି ଖାଇ ଘରୁ ବାହାରନ୍ତୁ ।

ତୁଳା :-ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ସହକର୍ମୀ ମାନଙ୍କ ଦ୍ୱାରା ବାକି ରହିଥିବା କାର୍ଯ୍ୟ ଗୁଡ଼ିକ ଯଥାରୀତି ସମ୍ପାଦନ କରିବେ। ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ ହେବା ସହ ବହୁବିଧ ସୁଯୋଗ ଜୁଟିବ । ସନ୍ଧ୍ୟା ବେଳକୁ ଶୁଭ ସମ୍ବାଦ ପାଇବେ ଓ ମନ ପ୍ରଫୁଲ୍ଲିତ ରହିବ ।ପ୍ରତିକାର ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ ।

ବିଛା :-ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ଶରୀର ସୁସ୍ଥ ରହିବ । ସୁସ୍ବାଦୁ ଭୋଜନ ମିଳିବ ନେଇ ମନଖୁସି ରହିବ । ପ୍ରେମିକ ପ୍ରେମିକାମାନେ ପ୍ରେମ ରେ ସଫଳତା ହାସଲ କରିବେ ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲହେବ।ପ୍ରତିକାର କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ :-ଆଜି ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ମିଳିବ।ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । କ୍ରୀଡା ପ୍ରତିଦ୍ଵନ୍ଦିତା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ। ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ପ୍ରଶଂସିତ ହେବେ।ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଯି ପାରେ । ଜଗିରଖି ନ ଚଳିଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି ।ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର :-ଆଜି ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ଫଳରେ ମନ ଖୁସି ରହିବ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। ଆୟ ଉପାର୍ଜନ ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ଖୋଲିଯିବ । ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ଦିନ କାଟିବେ।
ପ୍ରତିକାର ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ :-ଆଜି ଆପଣଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ। ବହୁ ଦିନର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ :-ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ପ୍ରଶଂସିତ ହେବେ। ଆକସ୍ମିକ ଅର୍ଥଲାଭ ହେବ । ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚ ଶିକ୍ଷା ମନ ବଳାଇବେ । ସଭାସମିତି, ସାହିତ୍ୟ ଆଲୋଚନାରେ ସମ୍ମାନିତ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ ।ପ୍ରତିକାର ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ