କେନ୍ଦ୍ରାପଡା ନଗର ବିଜେଡି କାର୍ଯ୍ୟାଳୟ ଉଦ୍ଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଗୋପଠାରେ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ନଗର ବିଜେଡି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଏହି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟାଳୟ ମାଧ୍ୟମରେ ପୌରାଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରାଯିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହରର ମୁରବୀମାନଙ୍କ ସହିତ ଆଲୋଚନା କରାଯିବ । ସହରବାସୀଙ୍କ ସହିତ ସମନ୍ୱୟ ରକ୍ଷାକରି ବିଜେଡି ସରକାରୀ ଯୋଜନା ଗୁଡିକୁ ସଠିକ ଭାବେ କାର୍ଯ୍ୟାକାରୀ କରାଯାଇପାରିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ଦେବଦାସ ମହାନ୍ତି, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ମଙ୍ଗଳବରଣ ସିଂହ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ପୌର ସଭ୍ୟ ନିରାକାର ସ୍ୱାଇଁ, ଉମେଶ ନାୟକ, ସୁକୁମାର ଦାସ, ପ୍ରଭାଶିଷ ପଣ୍ଡା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପ୍ରକାଶ ପରିଡା, ପ୍ରତାପ ଚନ୍ଦ୍ର ଦାସ, ମହମ୍ମଦ ନିୟାଜ, ରେବତୀରମଣ ଦାସ, ମିନକେତନ ମେକାପ, ଶରତ ବେହୁରା, ପ୍ରବୀର ମହାନ୍ତି, ସେକ୍ ଲିୟାକତ, ରକିବୁର ରହେମାନ, ରଞ୍ଜନ କର, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ଯୁବନେତା ନରୋତ୍ତମ ମଲ୍ଲିକ, ସଂଗ୍ରାମ ଜେନାଙ୍କ ସମେତ ଶତାଧିକ ବିଜେଡି ନେତା ଉପସ୍ଥିତ ଥିଲେ ।


