ଆଜି ଶେଷ ଦିନ ସୁଦ୍ଧା ମୋଟ ୧୧୫୩ପ୍ରାର୍ଥୀ ଭରିଲେ ନାମାଙ୍କନ ପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଶେଷ ଦିନରେ ବିଭିନ୍ନ ପ୍ରାର୍ଥୀଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯାଇଛି । ବ୍ଲକ ଅଧିନ ନେରଡ଼ା ପଂଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ଦେବଦାସୀ ଜେନା ଓ ନିବେଦିତା ରାଉତ, ନିର୍ଗୁଣ୍ଡି ପଂଚାୟତ ପାଇଁ ବାବାଜୀ ଚରଣ ଜେନା, ଦକ୍ଷିଣବାଡ଼ ପାଇଁ ପ୍ରତିମା ଜେନା , ବର୍ଷାରାଣୀ ଜେନା, ବନ୍ଦାଳୋ-ମଢ଼ିଆଳି ପଂଚାୟତ ପାଇଁ ବିଶ୍ୱନାଥ ସାହୁ, ବୟାବନାପୁର ପାଇଁ ସ୍ମିତାରେଖା ରାଉତ, ନାଆମୀ ପାଇଁ କୁମୁଦିନୀ ଜେନା, ବାଲିପୋଖରୀ ପାଇଁ ବିଭୂ ଚରଣ ଦାସ ପ୍ରମୁଖଙ୍କୁ ମିଶାଇ୬୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ସରସଦା ପଂଚାୟତ ସମିତିସଭ୍ୟ ପାଇଁ କମଳା ଜେନା, ନିର୍ଗୁଣ୍ଡି ପାଇଁ ରଘୁନାଥ ଦ୍ୱିବେଦୀ, ଦକ୍ଷିଣବାଡ଼ ପାଇଁ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଶାନ୍ତନୁ କୁମାର ସାହୁ, ନପଙ୍ଗ ପାଇଁ ରଂଜିତା ରାୟ, ବନ୍ଦାଳୋ- ମଢ଼ିଆଳି ପାଇଁ ମଂଜୁଲତା ଜେନା, ବାଲିପୋଖରୀ ପାଇଁ ପ୍ରଭାସିନୀ ଜେନା, ଷୋଳମପୁର ପାଇଁ ଅନୁପମା ମଲ୍ଲିକ, ବୟାବନାପୁର ପାଇଁ ସବିତା ଚନ୍ଦ, ନାଆମୀ ପଂଚାୟତ ପାଇଁ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ରହଣିଆ ପାଇଁ ରାନୁ ଜେନା, ନପଙ୍ଗ ପାଇଁ ରଂଜିତା ରାୟ ପ୍ରମୁଖଙ୍କ ସମେତ ୬୮ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ଆଜି ବିଡ଼ିଓଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନୁରୂପ ଭାବେ ଆଜି ଶେଷ ଦିନରେ ୱାର୍ଡ ସଭ୍ୟ ସଭ୍ୟା ପାଇଁ ୩୫୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟା ମୋଟି ଭାବେ ଗତ ୧୭ତାରିଖ ଠାରୁ ୨୩ଗୋଟି ପଞ୍ଚାୟତର ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିନ ସୁଦ୍ଧା ସରପଞ୍ଚ ପଦବୀ ପାଇଁ ୧୨୯, ସମିତିସଭ୍ୟ ପାଇଁ ୧୨୫ ଓ ୱାର୍ଡ ସଭ୍ୟ ସଭ୍ୟା ପାଇଁ ୮୯୯ଜଣଙ୍କୁ ମିଶାଇ ମୋଟ ୧୧୫୩ଜଣ ପ୍ରାର୍ଥୀପତ୍ର ଭରିଥିବା ସୂଚନା ମିଳିଛି । ଆସନ୍ତାକାଲି ଠାରୁ ପ୍ରାର୍ଥୀପତ୍ର ଯାଞ୍ଚ ହେଉଥିବା ବେଳେ ୨୪ ଓ ୨୫ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ