ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନହଙ୍ଗସ୍ଥିତ ମା’ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠକରିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଓଡିଶା ସରକାର ପେନସନ୍ ଭୋଗୀମାନଙ୍କ ପାଇଁ ୩ପ୍ରତିଶତ ଡିଆର ମଞ୍ଜୁର କରିଥିବାରୁ ସଦସ୍ୟମାନଙ୍କ ପକ୍ଷରୁ ଆନନ୍ଦ ପ୍ରକାଶ ପାଇଥିଲା । ଚଳିତମାସରେ ଅବସରପ୍ରାପ୍ତ କର୍ମଚାରୀମାନେ ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା । ୭୦ବର୍ଷରୁ ଉର୍ଦ୍ଧ୍ୱ ପେନସନ୍ଭୋଗୀମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଥିବାରୁ ସଭାରେ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପଲିଥିନ ବର୍ଜ୍ଜନ କରିବାକୁ ସଙ୍ଘ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆ ଯାଇଥିଲା । ଏହି ବୈଠକରେ ନିକୁଞ୍ଜ ବିହାରୀ ପୃଷ୍ଟି, ଗୈାରାଙ୍ଗ ଚରଣ ସାହୁ, ଦୈତାରି ସେଠୀ, ରବୀନ୍ଦ୍ର ନାଥ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ସାମଲ, ଦୁର୍ଯ୍ୟୋଧନ ପ୍ରଧାନ, ଭଗବାନ ସାମଲ, ଜଗବନ୍ଧୁ ଦାସ, ଗୁରୁ ଚରଣ କବି, କୁଞ୍ଜ ବିହାରି ପୋଥାଳ, ସୁରଥ କୁମାର ବାରିକ, ଜଗବନ୍ଧୁ ଦାସ(ଖ), ଗୋଲକ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ବିଶ୍ୱନାଥ ବେହେରା, ପ୍ରଫୁଲ୍ଲ କୁମାର ଜେନା ଓ ବଂଶୀଧର ବେହେରା ପ୍ରମୁଖ ସଭ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

 
             
						 
						 
						 
						 
						 
						
