ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ
ଗାଙ୍ଗପୁର,(ଗାଙ୍ଗପୁର):କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଆନ୍ତର୍ଜାତୀୟ ଯୁବ ଦିବସ ” ସମାରୋହ ଅନୁଷ୍ଠିତ ହାଇଥିଲା। ଯୁବ ରେଡ଼କ୍ରସ ଶାଖା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପୌରହିତ୍ୟ କରିଥିଲେ ଏବଂ ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚଦ୍ର ମହାପାତ୍ର ସଂଯୋଜନା କରିଥିଲେ। ଯୁବ ରେଡ଼କ୍ରସ ଶାଖାର ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଯୁବ ରେଡ଼କ୍ରସର ସହ-ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଅତିଥିମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟ ସମ୍ପାଦନ କରିଥିଲେ।ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡ଼. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ମୁଖ୍ୟ ଅତିiଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଆଜିର ଆନ୍ତର୍ଜାତୀୟ ଯୁବ ଦିବସର ଅନୁଚିନ୍ତା – ଡିଜିଟାଲ ବ୍ୟବସ୍ଥାର ସଠିକ ଉପଯୋଗ କରି ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବକ ମାନେ ନିୟୋଜିତ ରହିବା ପାଇଁ ପରାମର୍ଶ ଦେଇଥିଲେ ।ମଞ୍ଚାସିନ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ବନମାଳୀ ଲେଙ୍କା ମୁଖ୍ୟବକ୍ତାଭାବେ ଯୋଗଦେଇ ଯୁବକମାନେ ନିର୍ଭିକ ଓ କର୍ତ୍ତବ୍ୟ ନିଷ୍ଠ ଭାବେ ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଆଜିର ଦିବସରେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ସଂସ୍କୃତିକ ପରିଷଦର ସହ ଉପସଭାପତି ଅଧ୍ୟାପକ ଦୀପୁ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଯୁବ ରେଡକ୍ରସ ସ୍ବେଛାସେଵୀ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଆଇ. ଟି. ସିଟି. ଉପଦେଷ୍ଟା ଅର୍ଚନା ଦିଦି, ମମତା ଦିଦି,ଅଧ୍ୟାପକ ଅଧ୍ୟାପିକା ଯଥାକ୍ରମେ ରୁନିବାଳା ତ୍ରିପାଠୀ, ପି ଦୀପକ ରାଓ, ପିଙ୍କି ପଲେଇ, ଭାରତୀ ବିଶ୍ୱାଳ, ତ୍ରିନାଥ ବେହେରା, ସୌମେନ୍ଦୁ ପଣ୍ଡା, ଗାଙ୍ଗୁଲି ପାଲଟାସିଂ, ଜୟଶ୍ରୀ ସେଠି, ଶିବାନୀ ନାୟକ, ଯମୁନା ଖୁଣ୍ଟିଆ, ପଦ୍ମ ଚରଣ ନାୟକ, ରମେଶ ଚନ୍ଦ୍ର ବିଶୋଇ,ସିମାଞ୍ଚଳ ବିଶ୍ୱାଳ,ବଳରାମ ଗୌଡ଼, ମହେଶ୍ୱର ଗୌଡ଼, ରାମଚନ୍ଦ୍ର ନାୟକ, ବୁଦ୍ଧିରାମ ବିଶ୍ୱାଳ ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।