ଆଠଗଡ ତାଲୁକା ବାଉରୀ ଖଦାଳ କୁଳ ମହାସଂଘ ମୁଠା ସ୍ତରୀୟ ସମ୍ମିଳନୀ

ପୋଲସରା,( ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଆଠଗଡ ତାଲୁକା ବାଉରୀ ଖଦାଳ କୁଳ ମହାସଂଘର ମୁଠା ସ୍ତରୀୟ ସମ୍ମିଳନୀ ନଭେମ୍ବର ୮ ତାରିଖ ଦିନ ହାତୀଓଟ କୁଳ କୋଠ ଘରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ଵରେ ବଜେଡି ସରକାର ଗରିବ, ହରିଜନ ଓ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ବିଷୟ କହିବା ସହ ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଆଠଗଡ଼ ତାଲୁକା ବାଉରୀ କୁଳ ମହାସଂଘର ସଭାପତି ରବୀନ୍ଦ୍ର ନାହାକ ଅଧ୍ୟକ୍ଷତା କରିଥିବା ବେଳେ ତାଲୁକାର ଅଠର ପଲ୍ଲୀ ମୁଠାର କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିବା ବେଳେ ତାଲୁକାର ଅନ୍ୟ କର୍ମକର୍ତ୍ତା ବୃନ୍ଦ ମଞ୍ଚାସିନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ