ଆଣ୍ଟିଜେନ୍ ଟେଷ୍ଟରେ ଜଣେ କରୋନା ଯୋଦ୍ଧା ପଜିଟିଭ
ବେଲଗୁଣ୍ଠା , (ଶିବରାମ ଚୌଧୁରୀ): ଗଞ୍ଜାମ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଗୁରତର ରୁପ ନେଇଥିବା ବେଳେ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବହୁ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ କରୋନା ଯୋଦ୍ଧା ମାନେ ଆକ୍ରାନ୍ତ ହେଉଛନ୍ତି । କରୋନା ର ଏହି ବର୍ଦ୍ଧିତ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି ।ଗଞ୍ଜାମ ଜିଲ୍ଲାରେ କରୋନା ଚିହ୍ନଟ ପାଇଁ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି ।ଆଜି ଆଣ୍ଟିଜେନ୍ ପରୀକ୍ଷାର ବେଲଗୁଣ୍ଠା ଜଣେ ଆଗ ଧାଡିର କରୋନା ଯୋଦ୍ଧା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହୋଇଥିବା ଖବର ମିଳିଛି ।ସେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ତଥା ବହୁ ରୋଗୀ ଆସିଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି ।


