କିସ୍ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ

ରାଇରଙ୍ଗପୁର,( ଅକ୍ଷୟ ବିଶ୍ୱାଳ): ‘କରୋନା’ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବନ୍ଦ କରି ଦିଆଯାଇଛି । ପିଲାମାନେ ସ୍କୁଲ ପିଣ୍ଡା ମାଡ଼ି ପାରୁ ନାହାଁନ୍ତି ।ପାଖ ପଢା ସଂପୁର୍ଣ୍ଣ ଭୁଷୁଡି ଯାଇଛି । ଅଭିଭାବକ , ଶିକ୍ଷକ, ଛାତ୍ର ଛାତ୍ରୀ ସମସ୍ତେ ଚିନ୍ତିତ ।ମଥାରେ ହାତ ଦେଇ ବସିଛନ୍ତି । ଆଦିବାସୀ ପିଲାମାନେ କିଭଳି ପାଠପଢ଼ା ରୁ ବଂଚିତ ହେବେ ନାହିଁ ସେଥିପାଇଁ କିସ୍ ଅନୁଷ୍ଠାନ ସବୁବେଳେ ଚିନ୍ତିତ । ଏହି ସବୁ ସମସ୍ୟାକୁ ନେଇ କିସ୍ ପକ୍ଷରୁ ରାଇରଙ୍ଗପୁର ବ୍ଲକର ଛାତ୍ର ଛାତ୍ରୀ ମାନଙ୍କୁ ରାଇରଙ୍ଗପୁର ୧୩ ନମ୍ବର ଓ୍ବାର୍ଡ ସ୍ଥିତ ଆଦିବାସୀ ହୋ ସମାଜର ମୁଖ୍ୟ କାର୍ଯ୍ୟାଳୟ ‘ଶୁସାର ଆକଳା’ପରିସରରେ ଶୁକ୍ରବାର ଦିନ ମାଗଣା ପାଠ୍ୟ ପୁସ୍ତକ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବ୍ଲକ୍ କୋଅର୍ଡିନେଟର ଗୋବିନ୍ଦ ନାଏକ, ଶିକ୍ଷକ ଗୁରୁ ଚରଣ ମୁଣ୍ଡାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବହଳଦା ବ୍ଲକ ଏବଂ ବିଜାତଳା ବ୍ଲକର ୨୨୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା । ବର୍ତମାନ ସୁଦ୍ଧା ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର ୮୮୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି ବୋଲି କିସ୍ କତୃପକ୍ଷ ଗଣମାଧ୍ୟମକୁ ସୂଚାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ