ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂକମ୍ପ
ନୂଆଦିଲ୍ଲୀ(ଏଜେନ୍ସି): ସୋମବାର ସକାଳ ୬: ୪୪ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂମିକମ୍ପ ସଂଘଠିତ ହୋଇଯାଇଛି । ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ୪. ୮ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୯୫ କିଲୋମିଟର ଗଭୀରରେ ଥିବା ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଭୋର୍ ସମୟରେ ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଭୂକମ୍ପ ଯୋଗୁ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଭୂକମ୍ପ ପରେ ସୁନାମୀର ଅ ।ଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ମଧ୍ୟରେ ଆଣ୍ଡମାନରେ ଏକାଧିକ ଥର ଭୂକମ୍ପ ଅନୁଭୂତ ହୋଇଯାଇଛି ।