ଆତଙ୍କରେ ଅଞ୍ଚଳବାସୀ : ପ୍ରଶାସନ ସଜାଗ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗତ ଅକ୍ଟୋବର ମାସରେ ବହି ଯାଇଥିବା ସାମୁଦ୍ରିକ ଝଡ଼ ‘ତିତ୍ଲି’ର ଭୟ ଳୋକଙ୍କ ମନରୁ ନଲିଭିୁଣୁ ପୁଣିଥରେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’ । ବାରମ୍ବାର ବିଭିନ୍ନଟିଭି ଚ୍ୟାନେଲ ସମେତ ବହୁ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଫନିର ଭୟାବହତା ଓ ତାଣ୍ଡବ ଚିତ୍ର ବିଶ୍ଳେଷଣ କରାଯାଉଥିବା ବେଳେ ଏହାକୁ ନେଇ ଅଂଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ପୌର ଓ ବ୍ଳକ ପ୍ରଶାସନ ପକ୍ଷରୁ ସଜାଗ ରହିବା ସହ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ଫନି ଭେରି ସିଭିୟର ସାଇକ୍ଳୋନିକଷ୍ଟର୍ମର ରୂପ ନେବା ସହ ଏହା ଶୁକ୍ରବାର ଦିନ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗଛୁଇଁବା ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଘଂଟା ପ୍ରତି ୧୫୦ ରୁ ୨୨୦ କି,ମି ବେଗରେ ପବନ ବହିବା ସହ ବର୍ଷାର ସୂଚନା ମିଳିବା ପରେ ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ସେହିପରି ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବା ଲାଗି ମଙ୍ଗଳବାର ସନ୍ଧ୍ୟାରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଭିଡ଼ିଓ କନଫେରନସି ମାଧ୍ୟମରେ ଗଂଜାମ ଜିଲ୍ଲାପାଳଙ୍କସହ ଆଲୋଚନା କରାଯାଇଥିଲା । ବୁଧବାର ଦିନ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ପୁଣି ଥରେ ବାତ୍ୟା ଫନି ସକାଶେ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ବାତ୍ୟା ପରିସ୍ଥିତ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ବାତ୍ୟା ଆଶୟସ୍ଥଳୀ ଗୁଡ଼ିକୁ ଠିକ୍ ଠାକ ରଖିବା ସହିତ ତଳିଆ ଅଂଚଳର ଜନସାଧାରଣ ଓ ଗର୍ଭବତୀ ମହିଳାଙ୍କ ପାଇଁ ୱତନ୍ତ୍ର ବ୍ୟବସ୍ଥା କରିବା ସହ ଶୁଖିଲା ଖାଦ୍ୟ, କିରୋସିନି ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ଏବିଡ଼ିଓ ଧରଣୀଧର ଭୁୟାଁ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ଡ଼ାକ୍ତର ମାଧବ କୁମାର ସାହୁ, ଯୋଗାଣ ନିରିକ୍ଷକ ଶରତ ବେହେରାଙ୍କ ସମତେ ବହୁ ସରପଂଚ, ସମିତିସଭ୍ୟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଫାନି ପ୍ରଭାବରେ ଗୁରୁବାର ସକାଳୁ ସକାଳୁ ସ୍ଥାନୀୟ ଅଂଚଳରେ ବର୍ଷା ଲାଗିରହିଛି । ବ୍ଳକ ପ୍ରଶାସନ ପକ୍ଷରୁ ତଳିଆ ଅଂଚଳରେ ବସବାସ କରୁଥିବା ଗର୍ଭବତୀ ମାନଙ୍କ ମଧ୍ୟରୁ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଓ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ସ୍ଥାନୀୟ ଅଂଚଳ ଦେଇ ପ୍ରବାହିତ ଋଷିକୂଲ୍ୟା ଓ ଘୋଡ଼ାହାଡ଼ ନଦୀ ଉପକୂଳବର୍ତୀ ଅଂଚଳରୁ ଜନସାଧାରଣଙ୍କୁ ନିରାପଦ ଭାବେ ୬ ଟି ବାତ୍ୟା ଆଶୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ବାତ୍ୟା ଆଶୟସ୍ଥଳୀରେ ରହିଥିବା ସମସ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ସହ ପ୍ରତ୍ୟେକ ଗ୍ରାମପଂଚାୟତରେ ଶୁଖିଲା ଖାଦ୍ୟ ଓ ବିଦ୍ୟୁତ ବିଚ୍ଛିନ୍ନରୁ ରକ୍ଷା ଓ ଅରାଲୋକୀକରଣ ସକାଶେ ଜେନେରେଟର ଓ କିରୋସିନି ମହଜୁଦ ରଖାଯାଇଛି । ଅନୁରୁପ ଭାବେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ