ଆତଙ୍କ ସୃଷ୍ଟି କରିଥିବା ମହାବଳ ବାଘ ଆନ୍ଧ୍ର ଚାଲିଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ସନ୍ତୋଷପୁର ଗ୍ରାମରେ ଆତଙ୍କ ଖେଳାଇ ଥିବା ମହାବଳ ବାଘ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିବା ସୂଚନା ଦିଆହୋଇଛି. ଆନ୍ଧ୍ର ପ୍ରଦେଶର ରେଞ୍ଜର ମୁରଲୀକ୍ରିଷ୍ଣାଙ୍କ ନେତୃତ୍ୱରେ 10 ଜଣିଆଟିମ ଏବଂ ଗଜପତି ଜିଲ୍ଲା ବନ ବିଭାଗର ପ୍ରଦୀପ କୁମାର ଆଚାର୍ଯ୍ୟ, ଫରେଷ୍ଟର ଦୁର୍ଯୋଧନ ଜେନାଙ୍କ ନେତୃତ୍ୱରେ 23 ଜଣିଆଟିମ ଏହି ମହାବଳ ବାଘର ଟ୍ରାକିଙ୍ଗ କରି ଶେଷରେ ଆନ୍ଧ୍ର ପ୍ରଦେଶର ଲାତୁର ଗ୍ରାମରେ ବାଘର ଶେଷ ପାଦ ଚି଼ହ୍ନ ଠାବ କରିଥିଲେ. ଯାହାକି ଗଜପତିରେ ଉପଦ୍ରଵ ସୃଷ୍ଟି କରିଥିବା ମହାବଳ ବାଘଟି ଓଡିଶା ଅଞ୍ଚଳ ଛାଡି ଆନ୍ଧ୍ରକୁ ଚାଲିଯାଇଛି. ଏଣୁ ବାଘର ଭୟ ନାହିଁ ବୋଲି ପାରଳାଖେମୁଣ୍ଡି ବନ ବିଭାଗ ସୂଚନା ଦେଇଛନ୍ତି.