ଆତତାୟୀଙ୍କ ଗୁଳିରେ ୪୦ରୁ ଉର୍ଦ୍ଧ ମୃତ୍ୟୁ
ନ୍ୟୁଜିଲ୍ୟାଣ୍ଡର ଦୁଇଟି ମସଜିଦ୍ରେ ଜଣେ ବନ୍ଧୁକଧାରୀ ଆତଙ୍କୀ ଗୁଳି ବର୍ଷଣ କରି ମୃତ୍ୟୁର ତାଣ୍ଡବ ରଚିଥିବା ସୂଚନା ମିଳିଛି। ଏଥିରେ ଶେଷ ଖବର ସୁଦ୍ଧା ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଜେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି। ସେ କହିଛନ୍ତି ଯୋଜନାବଦ୍ଧ ଭାବରେ ଏହି ଆକ୍ରମଣ କରାଯାଇଥିଲା।ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ କହିଛନ୍ତି, ଏହି ଗୁଳିକାଣ୍ଡ ଘଟାଇଥିବା ଆତଙ୍କୀ ଜଣେ ‘ଉଗ୍ରବାଦୀ, ଦକ୍ଷିଣପନ୍ଥୀ ଏବଂ ହିଂସ୍ର ଆତଙ୍କବାଦୀ’, ଯେକି ଜଣେ ଅଷ୍ଟ୍ରେଲୀୟ ଆତଙ୍କବାଦୀ। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ କରାଯାଉଥିବାରୁ ସେ ଅନ୍ୟ କିଛି ବିଶେଷ ତଥ୍ୟ ଦେବାକୁ ମନା କରିଛନ୍ତି।ଏହି ଆକ୍ରମଣ ପରେ ନ୍ୟୁଜିଲ୍ୟାଣ୍ଡରେ ହାଇ ଆଲର୍ଟ ଜାରି କରାଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡାଙ୍କ କହିବା ଅନୁଯାୟୀ, ନ୍ୟୁଜିଲାଣ୍ଡ ବିବଧତାରେ ଏକତାକୁ ପ୍ରତିନିଧିତ୍ୱକରୁଥିବାରୁ ଏହି ଆକ୍ରମଣ ଘଟିଛି। ଏହି ଆକ୍ରମଣକାରୀମାନେ ନ୍ୟୁଜିଲ୍ୟାଣ୍ଡରେ ତାଲିକାଭୁକ୍ତ ନଥିବା ସେ ଜଣାଇଛନ୍ତି।


