ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦ୍ଯାପିତ
ପାରଳାଖେମୁଣ୍ଡି.(ତାରିଣୀ ପ୍ରସାଦ ପଣ୍ଡା) ସମଗ୍ର ଶିକ୍ଷା ଅଭିଯାନ ପକ୍ଷର ବାଳିକା ଆମ୍ତ ସୁରକ୍ଷା ତାଲିମ ଶିବିର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ବ୍ୟାପୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ତାଲିମ ଶିବିରର ଉଦ୍ଯାପନୀ ଉତ୍ସବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାସ ଯୋଗଦେଇ ଆତ୍ମ ସୁରକ୍ଷା କୌଶଳର ଶିକ୍ଷା ବାଳିକା ମାନଙ୍କୁ ବିପଦ ମୁକ୍ତ କରିଥିାଏ ବୋଲି କହିଥିଲେ । ଏହି ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିରରେ ଗଜପତି ଜିଲ୍ଲା ର ୭ ଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ୪୦ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ ତାଲିମ ଶିବିରରେ ଯୋଗଦେଇ ବିଭିନ୍ନ ଆତ୍ମ ସୁରକ୍ଷା କୌଶଲର ତାଲିମ୍ ନେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦିପ କୁମାର ନାଗଙ୍କ ନିଦ୍ଧେର୍ଶରେ ଅନୁଷ୍ଠିତ ଉକ୍ତ ଶିବିରକୁ ଶିକ୍ଷା ସଂଯୋଜକ ସନ୍ତୋଷ କୁମାର ସାହୁ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।