ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଯାଇଛି।ସଂଯୋଜିକା ଅଧ୍ଯାପିକା ଅଞ୍ଜଳି ମଣ୍ଡଳଙ୍କ ପ୍ରତ୍ଯକ୍ଷ୍ଯ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅସୀତ କୁମାର ଷଡ଼ଙ୍ଗୀ ଅଧ୍ଯକ୍ଷତା କରିଥିବା ବେଳେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୂଖ୍ଯଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।ସେହିଭଳି ପ୍ରାକ୍ତନ ସଂଯୋଜିକା ଡ଼. ଆରତୀ ପାତ୍ର, ଯୁକ୍ତ ଦୁଇ ସଂଯୋଜିକା ଡ. ନିର୍ମଳା ମହାନ୍ତି, ବରିଷ୍ଠ ଅଧ୍ୟାପକ ଡ. ହର୍ଷ ଚନ୍ଦ୍ର ରଥ, ଆତ୍ମସୁରକ୍ଷା ପ୍ରଶିକ୍ଷିକା ସୁଶ୍ରୀ ଉଷାରାଣୀ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଛାତ୍ରୀ ମାନେ ଆତ୍ମସୁରକ୍ଷା କୌଶଳ ଜାଣିବା ପୂର୍ବରୁ ପ୍ରଥମେ ନିଜ ଭିତରେ ଦୃଢ ଆତ୍ମବିଶ୍ବାସ ଜାଗ୍ରତ କରିବା ଦରକାର ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଅଧ୍ଯାପିକା ପୁଷ୍ପଲତା ସାହୁ, ଶାଲିନୀ ସକ୍ସେନା, ଡ. ରଞ୍ଜିତା ପାତ୍ର, ପ୍ରିୟଙ୍କା ପାତ୍ର, ଅଧ୍ୟାପକ ମାନସ କୁମାର ସାହୁଙ୍କ ସମେତ ବହୁ ଅଧ୍ଯାପିକା, ଅଧ୍ଯାପକ ଓ ଛାତ୍ରୀ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଡ. ଆରତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।