ଆତ୍ମସୁରକ୍ଷା ତାଲିମ ଶିବିର  ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଶନିବାର  ଉଦଯାପିତ ହୋଇଯାଇଛି। ଶିବିର ସଂଯୋଜିକା ତଥା ଅଧ୍ଯାପିକା ଅଞ୍ଜଳି ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅସୀତ କୁମାର ଷଡ଼ଙ୍ଗୀ ଅଧ୍ଯକ୍ଷତା କରିଥିବା ବେଳେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୂଖ୍ଯଅତିଥି ଭାବେ ଯୋଗ ଦେଇଥିଲେ।ସେହିଭଳି ଯୁକ୍ତ ଦୁଇ ସଂଯୋଜିକା ତଥା ଅଧ୍ୟାପିକା ଡ. ନିର୍ମଳା ମହାନ୍ତି, ଅଧ୍ଯାପିକା ପ୍ରିୟଙ୍କା ପାତ୍ର, ଡ. ରଞ୍ଜିତା ପାତ୍ର, ବରିଷ୍ଠ ଅଧ୍ୟାପକ ଡ. ହର୍ଷ ଚନ୍ଦ୍ର ରଥ, ଅଧ୍ଯାପକ ମାନସ କୁମାର ସାହୁ, ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିକା ସୁଶ୍ରୀ ଉଷାରାଣୀ ଦୋରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଦୀର୍ଘ ଆଠ ଦିନ ଧରି ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ