ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବସୃଜନରେ ଯୁବପିଢି
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଓ ଗୁରୁତ୍ବକୁ ଏହି ସାମାଜ ଉପଲ୍ଲବଧି କରୁଛି. ଭାରତରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ସି.ଭି. ରମଣଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ବିଜ୍ଞାନ ଦିବସ ଭାବରେ ପାଳନ କରାଯାଉଛି. ବିଜ୍ଞାନର ବିକଶିତ ସମ୍ଭାବନାକୁ ଆଖି ଆଗରେ ରଖି ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବସୃଜନରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରିବା ଶୀର୍ଷକରେ ସ୍ଥାନୀୟ ଏମ.ପି.ସି. ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି. କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆଇ.ଟି.ଆର. ଚାନ୍ଦିପୁରର ବୈଜ୍ଞାନିକ ରାଜେଶ ବାଗ ଯୋଗ ଦେଇ ରମଣ ଇଫେକ୍ଟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିବା ସହ ବିଜ୍ଞାନକୁ ମାଧ୍ୟମ କରି ଛାତ୍ରଛାତ୍ରୀ କିପରି ନିଜର ଭବିଷ୍ୟତ ନିର୍ମାଣ କରିବେ ସେ ସମ୍ପର୍କରେ କହିଥିଲେ. ପ୍ରାରମ୍ଭରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସରୋଜ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶୈକ୍ଷିକ ମୁଖ୍ୟ ଡ. ଆଲବେର୍ଟିନା ତିର୍କୀ, ପ୍ରସାଶନିକ ମୁଖ୍ୟ ଡ. ଦୀପକ କୁମାର ବେହେରା ମଣିଷ ସହିତ ବିଜ୍ଞାନର ସମ୍ପର୍କ ଶୀର୍ଷକରେ ଆଲୋଚନା କରିଥିଲେ. ଏହି ଅବସର ରେ ବିବିଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା. ଛାତ୍ରୀ ଶିବାନୀ ଗିରିକାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପ୍ରଫେସର ଡ. ସୁଧୀର କୁମାର କିସ୍କୁ, ସହକାରୀ ପ୍ରଫେସର ଗୋବିନ୍ଦ ବେହେରା, ଦେବାଶିଷ ଦାସ, ମୁରଲୀଧର ପାତ୍ର, ବି. ଶର୍ମିଷ୍ଠା, ବିଦ୍ୟୁତ ପ୍ରଭା ନାୟକ, ସ୍ଵାଗତିକା ସାହୁ, ସୁପ୍ରିମ ମଣ୍ଡଳ, ରଶ୍ମିତା ନାୟକ, ହରପ୍ରସାଦ ମହାପାତ୍ର, ଡକ୍ଟର ଟୁଡୁ, ପ୍ରଣତି ନାୟକ, ବିନିତା ମୁର୍ମୁ, ଦୀପିକା ରଣା, ରାଧାକାନ୍ତ ଦାଶ, ଅଞ୍ଜନ କୁମାର ଜେନା, ସୁବ୍ରତ ମହାନ୍ତି, ପ୍ରଦୀପ ମହାରଣା ପଙ୍କଜ କୁମାର ଜେନା, ଇତିଶ୍ରୀ ସେଠୀ, ଡ. ମନ ମୋହନ ମହାରଣା, ପ୍ରିୟପଦ ହେମ୍ରମ, ମଧୁସ୍ମିତା ମଞ୍ଜରୀ ସିଂ, ମହାଶ୍ୱେତା ମହାନ୍ତ, ସସ୍ମିତା ଦାସ, ଆଡଗା ଟୁଡୁ, ଜଗନ ଟୁଡୁ, କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ. ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅନନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ.


