ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମୀ ଯୁଗଳଙ୍କ ମୃତୁ୍ୟ
ହାଟଡିହି, (ବିକାଶ ବିଶ୍ୱାଳ ) : ନନ୍ଦିପଦା ଥାନା ଅଞ୍ଚଳର ଦୁଇ ପ୍ରେମୀ ଯୁଗଳ ବିଷପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଉଭୟଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପନ୍ଦାଡୋ ଗ୍ରାମର ଜୈନେକ ଯୁବତୀ ନିକଟସ୍ଥ ନାହାଳିଆ ଗ୍ରାମର ଜଣେ ଯୁବକକୁ ଭଲ ପାଉଥିଲା । ମାତ୍ର ପରିବାର ଲୋକେ ଗତ ଦେଢ଼ବର୍ଷ ତଳେ ଯୁବତୀ ଜଣକୁ ଅନ୍ୟତ୍ର ବିବାହ କରାଇ ଦେଇଥିଲେ । ବିବାହର କିଛିମାସ ପରେ ଯୁବତୀ ଜଣକ ଗାଁକୁ ଆସି ଏକ ଏନଜିଓ ସଂସ୍ଥାରେ କାମ କରିବାପରେ ଅଧିକାଶଂ ସମୟ ଗାଁରେ ରହିଥାଏ । ଏହାରି ଭିତରେ ର୍ପୁବତନ ପ୍ରେମିକ ସହିତ ମଧ୍ୟ ସମ୍ପର୍କ ରହିଥିବାବେଳେ ଗତକାଲି ଉଭୟ ଏକ ବାଇକ ଯୋଗେ ଘସିପୁରା ଥାନା ବୀରଗୋବିନ୍ଦପୁର ନିକଟସ୍ଥ ବୈତରଣୀ ନଦୀ କୁଳକୁ ଯାଇସେଠାୋ ସାଙ୍ଗରେ ନେଇଥିବା କୀଟନାଶକ ପିଇଦେଇଥିଲେ । ଉଭୟ ମୁର୍ମୁଷ ଅବସ୍ଥାରେ ସେମାନେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଘସିପୁରା ପୁଲିସକୁ ଜଣାଇଥିଲେ । ଘସିପୁରା ପୁଲିସ ସେମାନଙ୍କୁ ଉଦ୍ଧାରକରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ମାତ୍ର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଆଜି ପ୍ରଥମେ ଯୁବତୀ ଜଣକର ମୃତୁ୍ୟ ଘଟିଥିବାବେଳେ ପରେ ଅପରାହ୍ନରେ ଯୁବକ ଜଣକର ମୃତୁ୍ୟ ଘଟିଥିବା ଜଣାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।