ଆତ୍ମା ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ଏନଏସି ଅନ୍ତର୍ଗତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଅଷ୍ଟ ଦିବସିୟ ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର ଏପ୍ରିଲ ୧୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁ ଅଧ୍ୟକ୍ଷତା କରିଥିଲେ।ଅତିଥି ଭାବେ ଅଧ୍ୟାପିକା ଡ଼ଃ ରଞ୍ଜିତା କୁମାରୀ ମିଶ୍ର, ଅଧ୍ୟାପକ ଶିଶିରକାନ୍ତ ବିଷୋୟୀ, ଅଧ୍ୟାପକ ମନୋଜ କୁମାର ପାଢୀ, ଅଧ୍ୟାପକ ଭାସ୍କର ସାହୁ ଓ ଅଧ୍ୟାପକ ଧନୀତ୍ରୀ ନାୟକ ଯୋଗ ଦେଇଥିଲେ। ତାଲିମ ଶିବିରର ସଂଯୋଜକ ଅଧ୍ୟାପକ ଡ଼ଃ ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଠ ଦିନ ନିୟମିତ ଶାନ୍ତି ଶୃଙ୍ଖଳା ସହ ତାଲିମ ସମାପ୍ତ ହୋଇଥିଲା। ମାଷ୍ଟର ଟ୍ରେନର ସୁଜ୍ଞାନୀ ପ୍ରଧାନ ଓ ସୁଚିତ୍ରା ବେହେରା ତାଲିମ ଶିବିରରେ ପ୍ରଦାନ କରିଥିବା ଆତ୍ମ ସୁରକ୍ଷା କୌଶଳ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଆତ୍ମ ସୁରକ୍ଷା କୌଶଳ କୁ ପ୍ରଶଂସା କରିଥିଲେ। ସମସ୍ତ ଛାତ୍ରୀମାନଙ୍କୁ ମହିଳା ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।


