ଆଦର୍ଶ ଜଳ ସେବା କେନ୍ଦ୍ର ପ୍ରତିଷ୍ଠା ନାମରେ ଲୁଟ ଅଭିଯୋଗ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ କରଞ୍ଜିଆ ଉପଖଣ୍ଡ ରେ ମଧ୍ୟ ପାରଦ ୩୮ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଓ ଛକ ମାନଙ୍କରେ ଜଳସେବା କେନ୍ଦ୍ର ବା ଜଳଛତ୍ର ମାନ ସ୍ଥାପନ କରାଯାଇ ଜନସାଧାରଣଙ୍କୁ ଶୀତଳ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିଛନ୍ତି ବିଳମ୍ବରେ ହେଲେ ମଧ୍ୟ ଉତ୍କଳ ଦିବସ ଅବସରରେ କରଞ୍ଜିଆ ଏନଏସି ପକ୍ଷରୁ କରଞ୍ଜିଆ ସହର ର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଓ ଛକ ମାନଙ୍କରେ ଆଦର୍ଶ ପାନୀୟ ଜଳସେବା କେନ୍ଦ୍ର ମାନ ସ୍ଥାପନ କରାଯାଇଛି କିନ୍ତୁ ଆଦର୍ଶ ପାନୀୟ ଜଳସେବା କେନ୍ଦ୍ର ମାନ ସ୍ଥାପନ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ ଜଳ ସେବା କେନ୍ଦ୍ର ଗୁଡିକ କେବଳ ପ୍ରଚାର ସର୍ବସ୍ବ ଭାବେ ରହିଅଛି ଆଦର୍ଶ ପାନୀୟ ଜଳସେବା କେନ୍ଦ୍ର ଗୁଡିକରେ ଜଳର କୌଣସି ଚି଼ହ୍ନବର୍ଣ୍ଣ ନାହିଁ ଏସମ୍ପର୍କରେ ଅଭିଯୋଗ ପାଇ ଆମ ପ୍ରତିନିଧି ଉକ୍ତ ଆଦର୍ଶ ପାନୀୟ ଜଳସେବା କେନ୍ଦ୍ର ଗୁଡିକୁ ଯାଇ ଦେଖିବାରୁ ସେଠାରେ କେବଳ ସୁଦୃଶ୍ୟ ଫ୍ଲେକ୍ସ ରହିଥିବା ଦେଖିବାକୁ ପାଇଥିଲେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ କରଞ୍ଜିଆ ଉପଖଣ୍ଡ ରେ ମଧ୍ୟ ପାରଦ ୩୮ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର
ଙ୍କ ପକ୍ଷରୁ ବ୍ୟାପକ ଅନୁଦାନ ଆସୁଛି କିନ୍ତୁ ତାହା ଜନସାଧାରଣ ଙ୍କ କୌଣସି କାମରେ ଆସୁନି ଯାହାର ଜଳନ୍ତ ଉଦାହରଣ ହେଉଛି କରଞ୍ଜିଆ ଏନଏସି ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଆଦର୍ଶ ପାନୀୟ ଜଳସେବା କେନ୍ଦ୍ର ଏହାକୁ ନେଇ କେବଳ ସରକାରୀ ସ୍ତରରେ ବିଲ ଉଠାଣ ନିମନ୍ତେ ଆଦର୍ଶ ପାନୀୟ ଜଳସେବା କେନ୍ଦ୍ର ସ୍ଥାପନ ନାମ ରେ ଫୋଟ ଉଠାଇ ମୋଟା ଅଙ୍କର ବିଲ କରାଯାଇ ସରକାରୀ ଅନୁଦାନକୁ ଲୁଟ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ଏ ସମ୍ପର୍କରେ କରଞ୍ଜିଆ ଏନଏସି କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ.