ଆଦର୍ଶ ପୋଖରୀ ଏବେ ଆବର୍ଜନା କୁଣ୍ଡରେ ପରିଣତ ହେବ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ରକ୍ଷଣା ବେକ୍ଷଣ ଅଭାବରୁ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି ବାଲିଗୁଡ଼ା ସହର ମଧ୍ୟରେ ଥିବା ପୁରାତନ ଆଦର୍ଶ ପୋଖରୀ l ଦଳ ପଙ୍କ ପଲିଥିନରେ ପରିପୂର୍ଣ୍ଣ ହେବାସହିତ ଅଦରକାରୀ ଗଛ ଲତା ଭରି ରହିଛି l ପୋଖରୀଟି ତଳିଆ ଅଞ୍ଚଳରେ ରହିଥିବାରୁ ବସ ଷ୍ଟାଣ୍ଡରୁ ନିର୍ଗତ ଆବର୍ଜନା ପାଣି ପୋଖରୀ ଭିତରେ ପଶୁଛି, ଏହି ପୋଖରୀ ଉପରେ ପ୍ରାୟତଃ ଏନ୍ଏସି ଅଞ୍ଚଳର ନୂଆସାହି, ହାଟପଦା ସାହି, ପାଟଖଣ୍ଡା ସାହି, ମୁଣ୍ଡାସାହି ଓ ବଜାର ସାହିର ୱାର୍ଡ ବାସୀ ନିର୍ଭରଶୀଳ କିନ୍ତୁ ସହରର ଅଳିଆ ଆବର୍ଜ୍ଜନା ପଡ଼ି ଧୀରେ ଧୀରେ ପୋଖରୀ ଟି ପୋତି ହେବାକୁ ବସିଲାଣି l ଆବର୍ଜନା ଡ୍ରେନ ପାଣି ପଶି ଏବେ ଜଳ ପାଲଟିଛି ଜହର l ଆଗକୁ ଗ୍ରୀଷ୍ମ ଋତୁରେ ଜଳ ଅଭାବ ସମସ୍ୟା ଦେଖାଦେବ l ସହରର ଜଳ କଷ୍ଟ ଦୂରୀଭୂତ ପାଇଁ ଗ୍ରାମପଞ୍ଚାୟତ ଓ ସ୍ଥାନୀୟ ଲୋକଙ୍କ ଶ୍ରମ ଦାନରେ ପୋଖରୀ ଖୋଳା ଯାଇଥିଲା l ଗ୍ରାମ ପଞ୍ଚାୟତର ରାଜସ୍ବ ବୃଦ୍ଧି ନିମନ୍ତେ ମାଛ ଚାଷ ପାଇଁ ଟେଣ୍ଡର ମଧ୍ୟ ଦିଆଯାଉଥିଲା l ପୋଖରୀକୁ ସରସ ସୁନ୍ଦର କରିବା ପାଇଁ ତତ୍କାଳୀନ ଉପ ଜିଲ୍ଲାପାଳ ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ ଏବଂ ଏହାର ଚାରିପାଖ ସଫା ସୁତରା ରଖିବା ସହିତ ଉଜ୍ଜଳ ଆଲୋକ ଓ ମୂର୍ତ୍ତୀ ସ୍ଥାପନ କରି ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ l ବାଲିଗୁଡ଼ା ଗ୍ରାମପଞ୍ଚାୟତ ଥିବା ସମୟରୁ ଖରା ଦିନ ପୂର୍ବରୁ ପୋଖରୀକୁ ସଫା ସୁତରା କରାଯାଉଥିଲା ପରେ ଏନ୍ଏସି ଗଠନ ପରେ ମଧ୍ୟ ସଫା ସୁତରା ମଧ୍ୟ କରାଯାଉଥିଲା କିନ୍ତୁ ଗତ ଦୁଇ ବର୍ଷହେବ ପୋଖରୀଟି ସଫା ହେଇ ନ ଥିବାରୁ ଦୀର୍ଘ ଷାଠିଏ ବର୍ଷର ଗୌରବମୟ ଆଦର୍ଶ ପୋଖରୀ ତାର ଆଦର୍ଶ ହରାଇ ଆବର୍ଜନା କୁଣ୍ଡରେ ପରିଣତ ହେବାକୁ ଯାଉଥବାବେଳେ ଏଥି ପ୍ରତି ଏନ୍ଏସି କତୃପକ୍ଷଙ୍କ ନିଘା ନଥିବା ଭଳି ଲାଗୁଚି l ଆଗକୁ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବ ଏହି ପୋଖରୀ ତୁଠରେ ହର ଗୌରୀଙ୍କୁ ଆବାହନ କରାଯିବ ଏହି ପୋଖରୀ ଜଳ ପୂଜାର୍ଚ୍ଚନାରେ ବ୍ୟବହାର ହୁଏ କିନ୍ତୁ ପୋଖରୀ ଜଳ ଦୂଷିତ ଥିବାରୁ ବାଲିଗୁଡ଼ା ବାସିନ୍ଦାଙ୍କ ମନରେ ଦୁଃଖ ଓ ଅଶାନ୍ତି ପ୍ରକାଶ ପାଇଛି l ପୋଖରୀର ସଫା ସୁତରା ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ଅଦ୍ୟାବଧି ସୁଦ୍ଧା କୌଣସି ପ୍ରକାରେ ଦୃଷ୍ଟି ଦେଇ ସଫା ସୁତରା କରାଯାଇନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l ଜନ ସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏନଏସି ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୋଖରୀ ସଫା ଓ ପଙ୍କ ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବା ପାଇଁ ବିଭିନ୍ନ ମହଲ ରେ ଦାବୀ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ