ଆଦର୍ଶ ବିଦ୍ୟାଳୟରେ ଖୋଲିଲା +୨ ବିଜ୍ଞାନ ପାଠ୍ୟକ୍ରମ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ଠାରୁ +୨  ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହୋଇଛି । +୨ ବିଜ୍ଞାନ ପାଠ୍ୟକ୍ରମରେ ସମୁଦାୟ ୬୩ ଜଣ ଶିକ୍ଷାର୍ଥୀ ଅଧ୍ୟୟନ ସକାଶେ ନାମ ଲେଖାଇଛନ୍ତି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରିୟ ରଂଜନ ପୃଷ୍ଟି ରିବନ କାଟି ଶିକ୍ଷା ଅଧ୍ୟୟନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଶିକ୍ଷାର୍ଥୀ ମାନଙ୍କ ସହ କିଛି ସମୟ ଆଲୋଚନା କରି ଭବିଷ୍ୟତରେ ଜଣେ ସୁନାଗରିକ ଭାବେ ଗଢି ଉଠିବା ସହ ଉତମ ଚରିତ୍ର ଗଠନ ଲାଗି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହିଂଜିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପିନାଥ କୁଅଁର ମଂଚାସୀନ ଥିଲେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଅଧ୍ୟତାରେ ବିଦ୍ୟାଳୟ ପରିସରରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ମାଧ୍ୟମରେ ଶତାଧିକ ଚାରାରୋପଣ କରାଯିବା ସହ ଶିକ୍ଷାର୍ଥୀ ମାନେ ରୋପଣ କରାଯାଇଥିବା ଚାରାର ଉପଯୁକ୍ତ ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ