ଶଶୁର ଛୁରାମାଡରେ ଜ୍ୱାଇଁ  ଗୁରୁତର

ଗଞ୍ଜାମ: ଆକ୍ରମଣରେ ଜଣେ ଯୁବକ ଗୁରୁତର । ଗୁରୁତର ଯୁବକଙ୍କ  ପରିଚୟ ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସଂଞ୍ଜୟ ଗୈାଡ ବୋଲି ଜଣାପଡିଛି । ଯୁବକଙ୍କୁ ଗୁରୁତର  ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠି ସ୍ୱାସ୍ୟ୍ଥ କେନ୍ଦ୍ରରେ ଭର୍ତ୍ତିକରିଛନ୍ତି । ମିଳିଥିବା ଖବର ଅନୁଯାୟୀ ଜୁନ୍ ୩୦ ତାରିଖରେ ସଞ୍ଜୟ ନିଜ ଗ୍ରାମର ଉମାକାନ୍ତ ଝିଅଙ୍କୁ ଦୁଇ ପରିବାରର ସର୍ବସମତି  ବୈଦିକ ରୀତିନୀତି ଅନୁଯାୟୀ ବିଶ୍ୱନାଥ ଶୈବ ପୀଠରେ ବିବାହ କରିଥିଲେ । କିନ୍ତୁ ପୁଅ ଓ  ଝିଅ ଦୁହେଁ ପରିସ୍ପରକୁ ଭଲପାଇ ବିବାହ କରିଥିବାରୁ ଝିଅର ବାପା ଅରାଜି ଥିଲେ । ଏହା ସତ୍ତେ୍ୱ ସେମାନେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀ ମିଶି ଦିଗପହଣ୍ଡିର ପୁଞ୍ଜିକୟା ଛକ ନିକଟରେ ଏକ ଭଡା ଘରେ ରହୁଥିଲେ । ଝିଅର ବାପା କିନ୍ତୁ ଏହି ବିବାହରେ ଅସନ୍ତୁଷ୍ଟ ଥିଲେ । ସଂଜୟ  ଗୁରୁବାର ରାତି ଦଶଟା ସମୟରେ ପୁଞ୍ଜିକୟା ଛକ ନିକଟରେ ଛିଡା ହୋଇଥିବା ବେଳେ ତାଙ୍କ ଶଶ୍ୱର ତାଙ୍କ ଜ୍ୱାଇଁ ଙ୍କୁ ଛୁରୀରେ ତାଙ୍କ ପେଟ ଓ ମୁଣ୍ଡକୁ ଗଭୀର ଆଘାତ କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଦେଖିବାରୁ ତୁରନ୍ତ ଅମାଡିଆ ରାସ୍ତା ଦେଇ ନିଜ ଘରକୁ ଚାଲିଆସିଥିଲେ । ଏହା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତିକରିଥିଲେ । ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦିଗପହଣ୍ଡି ପୋଲିସ ନିକଟରେ କୈାଣସି ଅଭିଯୋଗ କରାଯାଇନାହିଁ କି ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ  ବୋଲି ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ