ଆଦର୍ଶ ବିଦ୍ୟାଳୟରେ ଦଶମରେ ଶ୍ରଦ୍ଧା ଶିଖା ଓ ଦ୍ଵାଦଶ ରେ ରାଜେଶ ଟପର 

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ଯାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀରେ ଯଥାକ୍ରମେ ଶ୍ରଦ୍ଧା ଶିଖା ପାଢ଼ୀ ଓ ରାଜେଶ ନାୟକ ଟପର ହୋଇଥିବା ଓଏଭି ର ପ୍ରିନ୍ସପାଲ ସମିତା ନାୟକ ପ୍ରକାଶ କରିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରଦ୍ଧା ଶିଖା ପାଢ଼ୀ ୯୬.୮୦ ପ୍ରତିଶତ ମାର୍କ ରଖିଥିବା ବେଳେ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ରାଜେଶ ନାୟକ ୯୪.୬୦ ପ୍ରତିଶତ ମାର୍କ ରଖି ହାତୀଓଟ ଆଦର୍ଶ ବିଦ୍ୟାଳୟରେ ପ୍ରଥମ ସ୍ଥାନ ରଖି ହାତୀଓଟ ଓଏଭି ପାଇଁ ଗୌରବ ଆଣିପାରିଛନ୍ତି । ଦଶମ ପରୀକ୍ଷା ରେ ରେଶ୍ମା ଜେନା ୯୫.୨୦ ପ୍ରତିଶତ ମାର୍କ ରଖି ହାତୀଓଟ ଆଦର୍ଶ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଦଶମ ଶ୍ରେଣୀରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଶ୍ରଦ୍ଧା ଓ ରେଶ୍ମଆ ଉଭୟେ ପୋଲସରା ବ୍ଳକର ଚିରିକିପଡା ଶାସନ ଗ୍ରାମର ଅଟନ୍ତି । ସେହିପରି ଦ୍ଵାଦଶ ଶ୍ରେଣୀରେ ଟପର ହୋଇଥିବା ରାଜେଶ ନାୟକ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଟନ୍ତି । ତିନି ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ, ଓ ଅଞ୍ଚଳ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ