ତେଲ ଟ୍ୟାଙ୍କର ଧକ୍କାରେ ବାଇକ୍ ଆରୋହୀ ମୃତ

ଜଗତସିଂହପୁର, (ଅଭିଷେକ ତ୍ରିପାଠୀ) :-ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତା ରାହାମା ହାଟ ବଜାରରେ ଘଟିଛି ଦୁର୍ଘଟଣା । ମୃତ ବାଇକ୍ ଆରୋହୀ ତିର୍ତ୍ତୋଲ ପଞ୍ଚାୟତ ସାତ ନମ୍ବର ୱାର୍ଡର ଲିଟୁ ସାହୁ ଓରଫ ବିଶ୍ୱରଞ୍ଜନ ସାହୁ ବୋଲି ସୂଚନା ମିଳିଛି । ବାଇକ୍ ଆରୋହୀ ଜଣଙ୍କ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ରାହାମା ହାଟବଜାର ଠାରେ ତାଙ୍କୁ ଏକ ଦୃତଗାମୀ ତେଲ ଟ୍ୟାଙ୍କର ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ ଆରୋହୀ ଲିଟୁର ମୃତ୍ୟୁ ହୋଇଥିବା ବେଳେ ଦୃଘଟଣା ଘଟାଇଥିବା ତେଲ ଟ୍ୟାଙ୍କର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଆରୋହୀଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବରଣ କରିଥିବା ଲିଟୁର ବାପା ନଥିବା ବେଳେ ବିଧବା ମାଆ ସହ ଅଭାବୀ ପରିବାର।ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ପୋଲିସ ଶବବେବଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ