ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେଲେ ୮୬୭ ପରୀକ୍ଷାର୍ଥୀ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ଶିକ୍ଷାବର୍ଷରେ ନାମଲେଖା ପାଇଁ ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷାରେ ୬ଷ୍ଠ ଶ୍ରେଣୀ ପାଇଁ ୫୭୭, ୭ମ ଶ୍ରେଣୀ ପାଇଁ ୭୫, ୮ମ ଶ୍ରେଣୀ ପାଇଁ ୧୪୧, ୯ମ ଶ୍ରେଣୀ ପାଇଁ ୭୪ ଜଣ ପିଲା ସମେତ ମୋଟ ୮୬୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ପରିଚାଳନା ଦାୟୀତ୍ୱରେ ଭାରାପ୍ରାପ୍ତ ଅଧ୍ୟକ୍ଷ ମନରଞ୍ଜନ ବଳ ଥିବା ବେଳେ ଅବ୍ଜରଭର ଭାବେ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର, ବନ୍ତ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ପାଢୀ ରହିଥିଲେ ।