ଆଦର୍ଶ ମାନବ ସମାଜ ପ୍ରତିଷ୍ଠା ପାଇଁ ଶ୍ରୀ ଆନନ୍ଦମୂର୍ତ୍ତିଙ୍କର ବହୁମୁଖୀ ଅବଦାନ ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶ୍ୱ ସମାଜସେବା ଓ ଆଧ୍ୟାତ୍ମିକ ସଂଗଠନ ‘ଆନନ୍ଦ ମାର୍ଗ’ର ପ୍ରାଣ ପ୍ରତିଷ୍ଠାତା ମହାନ ଦାର୍ଶନିକ, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଙ୍କର ୧୦୨ତମ ଶୁଭ ଜନ୍ମଦିବସ ସମାରୋହ ପବିତ୍ର ବୈଶାଖୀ ତଥା ଆନନ୍ଦ ପୂର୍ଣ୍ଣିମା ଅବସରରେ କପାଳେଶ୍ୱରସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ(ଜାଗୃତି)ରେ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ, ସହର ଏବଂ ଯାଜପୁର ଜିଲ୍ଲାର ବରୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ସନ୍ୟାସୀ, ବୁଦ୍ଧିଜିବୀ, ସମାଜସେବୀ, ଯୁବ, ଛାତ୍ରଛାତ୍ରୀ ଓ ଆନନ୍ଦମାର୍ଗୀମାନେ ଯୋଗଦେଇଥିଲେ । ଜନ୍ମ ଦିବସ ପୂର୍ବରୁ କପାଳେଶ୍ୱର ଗ୍ରାମପଞ୍ଚାୟତର ସ୍ଥାନୀୟ ପିଲାମାନଙ୍କୁ ଆନନ୍ଦମାର୍ଗ ଆଶ୍ରମ ପରିସରରେ ସପ୍ତାହ ବ୍ୟାପି ଯୋଗ ପ୍ରଶିକ୍ଷଣ ଦିଆଯିବା ସହିତ ଯୋଗାସନ,ତାଣ୍ଡବ, କୈାଶକୀନୃତ୍ୟ, ଧ୍ୟାନ, ପ୍ରଭାତ ସଂଗୀତ ଆଧାରିତ ନୃତ୍ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କିଛି ଗରିବ ଲୋକଙ୍କୁ ବସ୍ତ୍ର ବିତରଣ କରାଯିବା ସହିତ ନାରାୟଣ ସେବାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଆଦର୍ଶ ମାନବ ସମାଜ ପ୍ରତିଷ୍ଠା ପାଇଁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତୀଙ୍କର ବହୁମୁଖୀ ଅବଦାନ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ସମ୍ମାନିତ ଅତିଥି ଭାବେ ଭାଷ୍କର ଚନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ଭାବେ ଆନନ୍ଦମାର୍ଗର ବରିଷ୍ଠ କର୍ମକର୍ତ୍ତା କାହ୍ନୁ ଚରଣ ବେହୁରା, ପ୍ରମୋଦ ଦେବ ପ୍ରମୁଖ ଯୋଗଦେଇ ଗୁରୁଦେବଙ୍କ ପ୍ରଦତ୍ତ ଆଧ୍ୟାତ୍ମି. ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶିକ୍ଷା, ସମାଜସେବା, ସଙ୍ଗୀତ ଓ ନାରୀ ଜାଗରଣ ପ୍ରଭୃତି ବିଷୟ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଆନନ୍ଦମାର୍ଗର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକଅଶୋକ ମହାରଣା ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଶ ପରିଡା, ଅନନ୍ତ ଓଝା, ପରମାନନ୍ଦ ମହାନ୍ତି, କାଳନ୍ଦି ଦେବ, ପର୍ଶୁରାମ ଦେବ, ବନ୍ଦିତା ଦାସ, ତାରାକାନ୍ତ ଆଚାର୍ଯ୍ୟ, ରଶ୍ମିତା ଯତି, ରଶ୍ମିରଞ୍ଜନ ଦାସ, ସୁନିତା ଦାସ, ଅର୍ଚ୍ଚନା ସାମଲ, ମାନସୀ ସେଠୀ, ଅମିତା ସାମଲ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ ପରିଚାଳନା କରିଥିଲେ । କପାଳେସ୍ୱର ପଞ୍ଚାୟତର ସ୍ଥାନୀୟ ପଡୋଶୀ ଓ ବାସିନ୍ଦାଗଣ ସମାରୋହରେ ଅଂଶଗ୍ରହଣ କରିଥିଲେ । ଆୟୋଜିତ ବକ୍ତୃତା ପ୍ରଦାନ ଏବଂ ସଂସ୍କୃତ ଭାଷାରେ ଆନନ୍ଦ ସୁତ୍ରମ ସ।।ବୃତ୍ତି କାର୍ଯ୍ୟକ୍ରମରେ ଏସ.କେ.ଆର. କୋଚିଙ୍ଗ ସେଣ୍ଟରର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ପ୍ରତିକ୍ସା ମହାନ୍ତି, ସୂର୍ଯ୍ୟାଂସୁ ମହାନ୍ତି, ରୁଦ୍ରନାରାୟଣ ନାଥ, ସାଇ ଶୁଭମ, ସୂର୍ଯ୍ୟକାନ୍ତ ପ୍ରଭୃତି ଅଂଶଗ୍ରହଣ କରିଥିବା ବେଳେ ‘ଆନନ୍ଦ ମାର୍ଗ’ ସଂଗଠନର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ