ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୂଣ୍ୟ ଜନ୍ମଉତ୍ସବ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶିବାନନ୍ଦ ଆଶ୍ରମ ନିଆଳି ମେରିବଟ ଠାରେ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୂଣ୍ୟ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ନଗର ପରିକ୍ରମା, ରୁଦ୍ରାଭିଷେକ, ବୃକ୍ଷରୋପଣ, ଗୁରୁ ପାଦୁକା ପୂଜା, ମହାମନ୍ତ୍ର ଜପ କରାଯାଇ ଦୁଇଟି ଜ୍ଞାନଯଜ୍ଞ ପ୍ରସାଦ ଦିବ୍ୟଧାରା ଏବଂ ଜନ୍ମ ଜୟନ୍ତୀ ଜ୍ଞାନଯଜ୍ଞ ପୁସ୍ତକ ଲୋକାର୍ପିତ କରାଯାଇଥିଲା । ଏହି ଉତ୍ସବରେ କେନ୍ଦ୍ରାପଡା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ଡଃ. କାଳି ପ୍ରସନ୍ନ ସାହୁ, ରମାକାନ୍ତ ଦାସ, ଶୁଭଲକ୍ଷ୍ମୀ ଦାସ, ଶିବୁ ହାଜରା, ଶ୍ରୀଧର ରାଉତ, ନଳିନୀ ମହାନ୍ତି, ବାବୁ ପରିଡା, ଦ୍ରୈାପଦୀ ରାଉତ, ପୁନମ ନାୟକ, ବାବା ନୃସିଂହ ଦାସ, ସାମ୍ବାଦିକ ସଚ୍ଚିକାନ୍ତ ନାଥ, ସନ୍ତୋଷ ପଣ୍ଡା, ଅରୁଣା ସ୍ୱାଇଁ, ନାଗାର୍ଜ୍ଜୁନ ଜେନା, ସଚିକାନ୍ତ ଜେନା, ମାନ ଦାସ, ରିତା ନାଥ, ରିତାଞ୍ଜଳି ଚୈାଧୁରୀ, ହିମାଂଶୁ ବିଶ୍ୱାଳ, ଭୋବନା, ଭାଗ୍ୟଧର ସାହୁ, ରାମଚନ୍ଦ୍ର ସାମଲ, ବାବୁଲି ସାମଲ, ଯଦୁନାଥ ଦାସ, କୁଳମଣୀ, ଶିଶିର ସାମଲଙ୍କ ସମେତ ଯାଜପୁର ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


