ଆଦର୍ଶ ଶିକ୍ଷକଙ୍କ ପରଲୋକ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ କେନ୍ଦୁଆପଦା ଗ୍ରାମର ଆଦର୍ଶ ଶିକ୍ଷକ ନନ୍ଦ କିଶୋର ସ୍ୱାଇଁ(୭୮)ଙ୍କର ଶନିବାର ରାତିରେ ପରଲୋକ ଘଟିଛି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧୀନ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ପ୍ରମୋଦ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ପ୍ରଦୀପ, ଶାନ୍ତନୁ, ପ୍ରବୀର, ଜ୍ୱାଇଁ ପ୍ରଶାନ୍ତ, ଆଲୋକ, ବିଜୟଙ୍କ ସମେତ ସମସ୍ତ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତିନାତୁଣୀ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଚିଙ୍ଗୁଡିପୁର ଓ କଣ୍ଟାପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ୧୯୯୯ ମସିହାରେ ଚାକିରୀରୁ ଅବସର ନେଇଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣ, ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ