ଆଦର୍ଶ ଶିକ୍ଷକଙ୍କ ପରଲୋକରେ ଶୋକସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଆଦର୍ଶ ଶିକ୍ଷକ ନରେନ୍ଦ୍ର ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ରବିନ୍ଦ୍ର କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ସାହୁ, ସୁବାଶ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ଓଝା, ଘନଶ୍ୟାମ ସ୍ୱାଇଁ, ପୁରୁଷୋତ୍ତମ ଧଳ ପ୍ରମୁଖ ଯୋଗଦେଇ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରତ ଚନ୍ଦ୍ର ଦାସ, ହିମାଂଶୁ ରାଉତ, ଶତୃଘନ ରାଉତ ପ୍ରମୁଖ ଏଥିରେ ଶୋକ ପ୍ରକଟ କରିଥିଲେ ।