ଚାଇଁପୁର ସମିତିର ଭାରପ୍ରାପ୍ତ ସମ୍ପାଦକ ଦାୟୀତ୍ୱ ତୁଲାଇବା ପାଇଁ ବସନ୍ତିଆ ସମିତିର ସହକାରୀ ସମ୍ପାଦକଙ୍କୁ ନିର୍ଦ୍ଦେଶ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ସେବା ସମବାୟ ସମିତିର ସହକାରୀ ସମ୍ପାଦକ ଅଶୋକ କୁମାର ସାହୁଙ୍କୁ ଚାଇଁପୁର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଦାୟୀତ୍ୱ ତୁଲାଇବା ନେଇ ନିର୍ଦ୍ଦେଶ ହୋଇଛି । ଭଦ୍ରକ ଡି.ଆର.ସି.ଏସଙ୍କ ଚିଠି ନଂ-୯୩୧/ତା-୨୪-୭-୨୫ ଅନୁଯାୟୀ ଖରିଫ ମାର୍କେଟିଂ ସିଜିନ୍ ୨୦୨୫-୨୬ ପାଇଁ ଅତ୍ୟନ୍ତ ପ୍ରାଥମିକତା ଏବଂ ସମୟସୀମା ମଧ୍ୟରେ ଚାଲୁଥିବା ଚାଷୀ ପଞ୍ଜୀକରଣକୁ ଦୃଷ୍ଟିରେ ରଖି ଏବଂ ସମିତିର ଅଚଳାବସ୍ଥାକୁ ବିଚାରକୁେ ନଇ ଶ୍ରୀ ସାହଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜରୁରୀ କାଳୀନ ପରିସ୍ଥିତିରେ ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ଏହି ଦାୟୀତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି, ଗତ ୩ ମାସରୁ ଉର୍ଦ୍ଧ୍ୱ ହେବ ଚାଇଁପୁର ସମିତିରେ ତାଲା ଝୁଲୁଥିଲା । ସମ୍ପାଦକ ଦାୟୀତ୍ୱରେ କେହି ନଥିବାରୁ କୌଣସି କାର୍ଯ୍ୟ ହୋଇପାରୁନଥିଲା । ଏବେ ସମସ୍ତ ସମବାୟ ସମିତିରେ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଏଠାରେ ହୋଇପାରିନଥିଲା । ଫଳରେ ଗୁରବାର ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ସମିତିର ତାଲାକୁ ଭଙ୍ଗା ଯାଇ ସମସ୍ତ ରେକର୍ଡ ପତ୍ର ଓ ଉପକରଣ ଗୁଡିକୁ ଲେଜର କ୍ଲକଙ୍କୁ ଜିମା ଦିଆଯାଇଥିଲା । ତେବେ ଚାଷୀ ପଞ୍ଜୀକରଣ କିପରି ହେବ ସେନେଇ ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ ପୂର୍ବକ ବସନ୍ତିଆ ସମିତିର ସହକାରୀ ସମ୍ପାଦକଙ୍କୁ ଏହି ସମିତିର ଦାୟୀତ୍ୱଭାର ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।


