ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ  ପଂଚାୟତସ୍ଥିତ ଗଣ୍ଡସାହି ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସୂର୍ଗତ କୃପାସିନ୍ଧୁ ଦାସଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ତାଙ୍କ ବାସଭବନ ପରିସରରେ  ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାବୀତ କାଙ୍ଗାଳି ଚରଣ ଦାସଙ୍କ ସଭାପତିତ୍ୱରେ ଓ ମନୋଜ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ଧୂମାତ ସରପଂଚ ନରହରି ପାଣି,ଅନାଦି ଚରଣ ଦାସ,ବ୍ରଜ କିଶୋର ସ୍ୱାଇଁ,ଚାରିଗାଁ ସରପଂଚ ଭାରତୀ ମଳିକ,ରବିନ୍ଦ୍ର ପରିଡା,ଶୈଳଜାଶଙ୍କର ସାମଲ,ରତ୍ନାକର ଦାସ,ବ୍ରଜବନ୍ଧୁ ଦାସ,ମଧୁସ୍ମିତା ଦାସ,ବନ୍ଦନା ଦାସ,ବୈରାଗି ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକ ସୂର୍ଗତ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମନୋଜ କୁମାର ଦାସଙ୍କ ସଂପାଦନାରେ ସୂର୍ଗତ ଦାସଙ୍କ ଜୀବନୀ ଉପରେ ଆଧାରିତ “କୃପାସାଗର” ସ୍ମରଣୀକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ଦୀନବନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ